ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା

0

ଭଦ୍ରକ,(ସତ୍ୟ ସ୍ୱାମୀ ) – ଭଦ୍ରକ ପୌରପାଳିକାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଳା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଟାଉନ ଥାନାରେ ପୌରାଧ୍ୟକ୍ଷ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ, କାଉନସିଲର ଶତାଧିକ ଦସ୍ତଖତ ସମ୍ବଳିତ ଏତଲାପତ୍ର ଦାୟର କରିଛନ୍ତି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ଡାହାଣିଗଡିଆ ନିକଟରେ ପୌରପାଳିକା ପକ୍ଷରୁ ଆବର୍ଜନା ପକାଯାଇ ପରିବେଶ ଦୂଷିତ କରାଯାଉଛି । ମଲା ଗାଈଗୋରୁଙ୍କୁ ନେଇ ସିଧା ସଳଖ ରାଜପଥ ପାଶ୍ୱର୍ରେ ଫିଙ୍ଗି ଦିଆଯାଉଛି । ଯାହା ରାଜପଥରେ ଯାତାୟତ କରୁଥିବା ସାଧାରଣ ଲୋକଙ୍କୁ ଦୁର୍ଗନ୍ଧ ଦେଉଛି ତାହା ନୁହେଁ, ଏହା ବହୁ ଲୋକଙ୍କୁ ମଧ୍ୟ ରୋଗଗ୍ରସ୍ତ କରୁଛି । ଡାହାଣିଗଡିଆ ନିକଟରେ ଥିବା ପେଟ୍ରୋଲ ପମ୍ପ, ହୋଟେଲ, ବାଇକ୍ ସୋ ରୁମ୍, ଟ୍ରାକ୍ଟର ସୋ ରୁମ ଭଳି ବିଭିନ୍ନ ବ୍ୟବସାୟସ୍ଥଳ ରହିଥିବାରୁ ସେଠାରେ କାର୍ଯ୍ୟ କରୁଥିବା ଏବଂ ସେଠାକୁ ଯାଉଥିବା ଲୋକେ ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି  । କେବଳ ସେିତିକି ନୁହେଁ, ଭଦ୍ରକ ସହର ଯାକ ଆବର୍ଜନାପୂର୍ଣ୍ଣ ହୋଇଛି । ସହରର ସର୍ବାଧିକ ଜନ ବହୁଳ କଚେରୀବଜାର ଘୋଷରା ନିକଟରେ କୁଢ କୁଢ ଅଳିଆ ଭର୍ତ୍ତି ହୋଇ ରହୁଛି । ପରିବା ମାର୍କେଟର ବ୍ୟବସାୟୀଙ୍କ ଠାରୁ ପୌରପାଳିକା ମାହାସୁଲ ଆଦାୟ କରୁଥିବା ବେଳେ ସେମାନଙ୍କ ନଷ୍ଟ ପଚା ପରିବା ପକାଇବା ନିମେନ୍ତ କୌଣସି ବନେ୍ଦାବସ୍ତ କରୁନାହିଁ । ସହର ଯାକ ମାଳ ମାଳ ବୁଲା ଗୋରୁଗାଈଙ୍କ ଭିଡ ଲାଗି ରହୁଛି । ଯାହା ବାଇକ୍ ଚାଳକଙ୍କ ନିମନ୍ତେ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି । ଏହା ଭଦ୍ରକ ପୌରପାଳିକାର ଅପାରଗତାର ଏକ ନମୁନା । ବାରମ୍ବାର ଅଭିଯୋଗ ସତ୍ତେ୍ୱ ପୌରପାଳିକା କର୍ଣ୍ଣପାତ କରୁନାହିଁ ବୋଲି ଆରୋପ କରି ଏତଲା ଦିଆଯାଇଛି । ପୌରାଧ୍ୟକ୍ଷ ଏବଂ ପୌରନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଏତଲାରେ ନିବେଦନ କରାଯାଇଛି । ଏହି ଏତଲାରେ ଶ୍ରୀ ମହାନ୍ତିଙ୍କ ସମେତ ନଗର କଂଗ୍ରେସ କମିଟି ସଭାପତି ଅବଦୁଲ ମୋକିତ ଖାଁ, ସେବାଦଳ ମୁଖ୍ୟ ସେକ୍ ନଇମ, ପୂର୍ବତନ କାଉନସିଲର ଚିଦାନନ୍ଦ ବାରିକ, ଦେବେନ୍ଦ୍ର କୁମାର ମହାନ୍ତି, ଅସଗରଅଲ୍ଳୀ ଖାଁ, ରବି ନାରାୟଣ ଘୋଷ,ସେକ ସଦାମ, ରଘୁ ପ୍ରସାଦ ରାୟ, ସେକ୍ ଅବଦୁଲ ମଜିଲ, ତାହେର ଖାଁ, ସେ ମହମ୍ମଦ ଅବଦୁଲ, ଆଶିଷ କୁମାର ରାଉତ, ସେକ ସଫିରୁଦ୍ଧିନ, ମହମ୍ମଦ ସୈଫ ଅଲ୍ଲୀ, ସେକ ସିରାଜୁଦ୍ଧିନ, ଖଗେଶ୍ୱର ବାରିକ, ଖଗେଶ୍ୱର ମହାଳିକ, ହେମନ୍ତ ସାହୁ, ଭାଷ୍କର ଧଳ, ରାଜେଶ ରାୟ, ସୁଫିୟାନ ଖାଁ, କଲ୍ଲୁ, ଖଗେଶ୍ୱର ବାରିକ, ମୃତୁ୍ୟଞ୍ଜୟ ମହାନ୍ତି, ବିକାଶ ଧଳ, ସେକ ଅଖତର ଅଲୀ, ମକରା ସାହୁ, ରତିକାନ୍ତ ସାହୁ, ଅଲେଖ କୁମାର ଦାସ, ଖାଲିକ, ଦେବେନ୍ଦ୍ର ପ୍ରଧାନ, ରାମ କୁମାର ସାହୁ, ସେକ କବିର ଅହେମଦ, ଅମିତ ଚକ୍ରବର୍ତ୍ତୀ ପ୍ରମୁଖ ଦସ୍ତଖତ କରିଛନ୍ତି ।       

Leave A Reply

Your email address will not be published.