ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ ତମ ଜୟନ୍ତୀ ଉତ୍ସବ ପାଳନ

0

ରାୟଗଡ଼ରୁ ସରୋଜ କୁମାର ସାହୁ: ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ ତମ ଜୟନ୍ତୀ ଉତ୍ସବ ଆଡମ୍ବର ସହ ପାଳନ ହୋଇଛି l ରାୟଗଡ ପ୍ରତାପ ପଣ୍ଡା ସ୍ମୃତି ସଂସଦର ସଭ୍ୟା ଶ୍ରୀମତୀ ଉଷାରଣୀ ଦାଶଙ୍କ ନେତୃତ୍ୱରେ ରାୟଗଡା ସ୍ଥିତ ଠାକର ବାପା ଆଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରମିକ ନେତା ତଥା ଭାରତୀୟ ମଯଦୁର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସାଙ୍ଗଠନିକ ଦକ୍ଷତା ସାହସିକତା ଦ୍ୱାରା କିପରି ସଂଘଠନ ଆଜି ସାରା ରାଜ୍ୟର ସମସ୍ତ କଳକାରଖାନାରେ ନିଜର ଆଧିପତ୍ୟ ବଜାୟ ରଖି ପାରିଛି, ଏବଂ ଶ୍ରମିକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ l ତାଙ୍କରି ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଆଜି ସଂଗଠନ ପ୍ରତ୍ୟେକ ପଲ୍ଲୀରୁ ରାଜ୍ୟ ପଯ୍ୟନ୍ତ ଶ୍ରମିକ ମାନଙ୍କ ହିତ ପାଇଁ ଖ୍ୟାତି ନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଆଜି ଜୟନ୍ତୀ ଉତ୍ସବ ପାଳନ କରିବା ସହ ସ୍ମୃତି ଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ କେ. କେ. ଜେନା, ନେହା ସିଂ, ପ୍ରଶାନ୍ତ ପାଳ, ଧର୍ମସିଂ ନାଗ୍, ପ୍ରଳୟ ସାହୁ, ମହନ ରାଓ ମାଝୀ, ଉମା ଶଙ୍କର ପାଢ଼ୀ, ଶ୍ରୀନିବାସ ନାଇଡୁ, ଜୁଗଳ କିଶୋର ଜେନା ପ୍ରମୂଖ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଶ୍ରମିକ ମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.