ନୂଆଗାଁ/(ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ନୂଆଗାଁ ବ୍ଲକ୍ ରେ ଚର୍ଚ୍ଚାରେ।କଥାରେ ଅଛି କର୍ମ ଅନୁସାରେ ଫଳ।ବୋଧହୁଏ ଲୋକ ମାନଙ୍କ ସେବା ପାଇଁ ପଞ୍ଚାୟତ ନିର୍ବାଚନ ରେ ୧୫ ଶହ ରୁ ଉର୍ଦ୍ଧ୍ବ ଭୋଟ ରେ ବିଜୟୀ ହୋଇଥିଲେ ଗାୟତ୍ରୀ ବେହେରା।କିଛି ଦିନ ତଳେ ଏକ ଷଣ୍ଢ କୁ ନିଜସ୍ଵ ଅର୍ଥରେ ଚିକିତ୍ସା କରି ମାନବିକତା ଏବଂ ପଶୁ ପ୍ରେମ ର ଉଦାହରଣ ଦେଇଥିଲେ ସରପଞ୍ଚ।ଆଜି ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ୧୬ ଜଣ ହିତାଧିକାରୀ ଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ମଞ୍ଜୁର ହୋଇଥିବା ଅର୍ଥ ରାଶି ପ୍ରଦାନ କରିଥିଲେ ସରପଞ୍ଚ ଗାୟତ୍ରୀ ବେହେରା।ତତ୍ ସହିତ ମୃତକ ମାନଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ଗଭୀର ସମବେଦନା ଜଣାଇଥିଲେ ସରପଞ୍ଚ।
Sign in
Sign in
Recover your password.
A password will be e-mailed to you.