ସୁନ୍ଦରଗଡ/ରାଉରକେଲା(ବସନ୍ତ କୁମାର ଜେନା); ୨୦୧୯ ମସିହା ଏପ୍ରିଲ ମାସ ୨୧ ତାରିଖ କିଞ୍ଜିରକେଲା ଅଞ୍ଚଳ ର ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣୀ କରି ଦୁଇ ହତ୍ୟା ଅଭିଯୁକ୍ତ ଙ୍କୁ ଶନିବାର ଦିନ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ସେସନ କୋର୍ଟ ।
ସୂଚନା ଅନୁସାରେ କିଞ୍ଜିରକେଲା ଥାନା ଅଞ୍ଚଳର ଟେକଚାନ୍ଦ ବଡାଇକ ଙ୍କୁ ସେହି ଗ୍ରାମର ସୁଭାଷ ଅମାତ ଏବଂ ରାଧାମାଧବ ଭିତ୍ରିଆ ହତ୍ୟା କରିବାକୁ ଯୋଜନା କରିଥିଲେ। ସେହି ଅନୁସାରେ ଗାଁରେ ନାଚଗୀତ ଦେଖିବା କହି ବାଇକ ରେ ବସାଇ ନେଇଯାଇଥିଲେ । ସେଠାରୁ ମଦ ପିଇବା କହି ନିକଟ ଗାଁ କୁ ନେଇ ପ୍ରଚୁର ମଦ ପିଆଇଥିଲେ । ପରେ ଟେକଚାନ୍ଦ ମାତାଲ୍ ଅବସ୍ଥାରେ ଥିବା ବେଳେ ତାକୁ ମାଡ଼ମାରି ହତ୍ୟା କରି ରାସ୍ତା କଡ ରେ ଫିଙ୍ଗି ଦେଇଥିଲେ । ଜଣେ ଅଭିଯୁକ୍ତ ସ୍ତ୍ରୀ ସହିତ ବିବାହ ପୂର୍ବରୁ ମୃତକ ଟେକଚାନ୍ଦ ର ପ୍ରେମ ସମ୍ପର୍କ ଥିଲା ବୋଲି ସୁଭାଷ ସନ୍ଦେହ କରୁଥିଲା। ବିବାହ ପରେ ମଧ୍ୟ ଟେକଚାନ୍ଦ ସମ୍ପର୍କ ରଖିଥିବା ସନ୍ଦେହ କରୁଥିଲା ସୁଭାଷ। ଏହାପରେ ଟେକଚାନ୍ଦକୁ ହତ୍ୟା କରିବା ଲାଗି ରାଧାମଧଵ ସହ ମିଶି ଯୋଜନା କରିଥିଲା । ଯୋଜନା ଅନୁସାରେ ୨୧ ଏପ୍ରିଲ ୨୦୧୯ ରେ ମଦ ପିଆଇ ଟେକଚାନ୍ଦକୁ ହତ୍ୟା କାରାଯାଇଥିଲା। ଏହି ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ ଡ଼ିଏସପି ପ୍ରଭାତ କୁମାର ବିଶ୍ୱାଳଙ୍କୁ ଦିଆଯାଇଥିଲା। ତଦନ୍ତ ପରେ ଅଭିଯୁକ୍ତ ଦ୍ୱୟ ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ଜେଲ ରେ ଥିଲେ । ଆଜି ଜିଲ୍ଲା ସେସନ ଜଜ କୋର୍ଟ ଅଭିଯୁକ୍ତ ଦ୍ୱୟ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post