ଲୋକ ଡହଳ ବିକଳ : ବାସଙ୍ଗମାଳି ଗ୍ରାମବାସୀଙ୍କ ପାଇଁ ସାତସପନ ପାନୀୟ ଜଳ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଟାଇଁ ଟାଇଁ ଖରାରେ ପାଣିର ଅଭାବ। ପିଇବାକୁ ନାହିଁ ବିଶୁଦ୍ଧ ଜଳ l ଏଭଳି ସ୍ଥିତିରେ ବାସଙ୍ଗମାଳି ଗ୍ରାମରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ଏଭଳି ଉତ୍କଟ ଜଳ ସଙ୍କଟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଳକ ଦୁର୍ଗମ ଜନଜାତି ବସବାସ କରୁଥିବା ସିରିପାଇ ପଞ୍ଚାୟତ ଅନ୍ତର୍ଗତ ବାସଙ୍ଗମାଳି ଗ୍ରାମରେ । ଆଦିବାସୀ ଅଧ୍ୟୁଷିତ କାଶୀପୁର ବ୍ଲକର ବଣଜଙ୍ଗଲ ଘେରା ପାହାଡ ଉପରେ ରହିଛି ବାସଙ୍ଗମାଳି ଗ୍ରାମ। ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୫ ଘର ଲୋକ ବସବାସ କରନ୍ତି । ଏତେବଡ ଗ୍ରାମରେ ପାନିୟ ଜଳ ପାଇଁ ନାହିଁ କୌଣସି ବ୍ୟବସ୍ଥା। ପାଣି ଟୋପେ ପାଇଁ ଏଠି ନିତି ଦିନି ସଂର୍ଘଷ କରୁଛନ୍ତି ଗ୍ରାମବାସି । ପାଣି ମୁନ୍ଦାଏଁ ପାଇଁ କାଳକାଳ ଧରି ଡହଳ ବିକଳ ହେଉଛନ୍ତି।ପାଣି ପାଇଁ ଦୁର୍ଗମ ଇଲକା ଓ ପଥୁରିଆ ରାସ୍ତାରେ ପାଣି ମୁନ୍ଦାଏଁ ପାଇଁ ୨ କିଲୋମିଟର ଦୂରରେ ଥିବା ଝରଣାକୁ ଯାଇ ବହୁ କଷ୍ଟରେ ପାନିୟଜଳ ଆଣୁଛନ୍ତି।ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବାରୁ ମଟର ଲଗାଇ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରିବାକୁ ବହୁ ବର୍ଷ ଧରି ଗ୍ରାମବାସି ମାନେ ଦାବି କରି ଆସୁଛିନ୍ତି। କିନ୍ତୁ ଆଜି ଯାଏ ଏହା ହୋଇନାହିଁ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଲ ଫଳରେ ଗ୍ରାମବାସି ମାନେ ବାଧ୍ୟ ହୋଇ ଦୁଇ କିଲୋମିଟର ଦୂରରେ ଥିବା ଏକ ଚୁଆ ରୁ ଅତି ବିପଦ ଜନକ ଭାବରେ ପାଣି ଆଣୁଥିବା ଦେଖିବାକୁ ମିଳିଛି | ପାନୀୟ ଜଳର ସୁ ବନ୍ଦୋବସ୍ତ ନ ଥିବା ରୁ ବାଧ୍ୟହୋଇ ଏଠାକାର ଲୋକେ ପାଣି ବୁନ୍ଦାଏ ପାଇଁ  ଚୁଆ ଉପରେ ନିର୍ଭର କରୁଥିବା କହିଛନ୍ତି । ଖରା ଦିନେ ତ ଯେମିତି ସେମିତି ପାହାଡିଆ ରାସ୍ତା ଅତିକ୍ରମ କରି ପାଣି ଆଣୁଛନ୍ତି।କିନ୍ତୁ ବର୍ଷାଦିନେ ଗ୍ରାମବାସି ବର୍ଷା ଜଳକୁ ବ୍ୟବହାର କରୁଥିବା ପ୍ରକାସ କରିଛନ୍ତି।ବାସଙ୍ଗମାଳି ଗ୍ରାମର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆମେ କାଶୀପୁର ବିଡିଓଙ୍କ ସହ ଆଲୋଚନା କରିବାରୁ ପାନୀୟ ଜଳର ସମସ୍ୟା କୁ ନିଶ୍ଚିତ ଭାବେ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି | କିନ୍ତୁ ଏ ପଯ୍ୟନ୍ତ କାର୍ଯ୍ୟକାରୀ ହୋଇନି | ଦେଖିବାର ବାକିରହିଲା ବାସଙ୍ଗମାଳିବାସୀ ବାସୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କେବେ କରୁଛି ପ୍ରଶାସନ |

Leave A Reply

Your email address will not be published.