ଗାଇସିଲାଟ: ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ୨୦୧୬ ମସିହା ରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା ଗାଁ ର ବିକାଶ କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି। ବିଗତ ଦିନରେ ବିଜେପୁର ଉପନିର୍ବାଚନ ସମୟରେ ସବୁ ଦଲ ର ନେତା ମନ୍ତ୍ରୀ ଙ୍କ ଶୁଅ ଛୁଟୁଥିଲା ଗୁଦେରପାଲି ଗ୍ରାମ ପଞ୍ଚାୟତ କୁ ଗ୍ରାମ ବାସୀ ନେତା ମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର ମଧ୍ୟ କରିଥିଲେ ନିମ୍ନ ମାନର ର ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କୁ ସଂପୁର୍ଣ୍ଣ କରି ବଡ଼ବଡ଼ିଆ ଠିକାଦାର ର ଏବଂ ଏହି କାମରେ ନିୟୋଜିତ ଥିବା ବିଭାଗିୟ ଯନ୍ତ୍ରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ। ନେତା ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇ ଚାଲିଗଲେ।ବିଶ୍ଵସ୍ତ ସୁତ୍ର ରୁ ଜଣାଯାଇଛି ଯେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ଏହି ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ର କାନ୍ଥ ଫାଟି ଆଁ କଲାଣି କଉଠି ପଲସ୍ତରା ଖସୁଛି ତ କଉଠି ଛାୟା ଝଡିଯାଉଛି।ଝରକା କବାଟ ନ ଥିବାରୁ ବୁଲା ଗାଈଗୋରୁ କୁକୁର ଅନାୟାସରେ ପ୍ରବେଶ କରୁଥିବା ବେଳେ ସଂଧ୍ୟାରେ ନିଶା ଖୋର ତଥା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କଲ୍ୟାଣ ମଣ୍ଡପ ନିର୍ମାଣ ସଂପୁର୍ଣ୍ଣ ହୋଇଗଲେ ଗୁଦେରପାଲି ତଥା ଆଖପାଖ ଦୁଇ ଖଣ୍ଡ ଗାଁର ଲୋକେ ଉପକୃତ ହେବେ।ଏ ବିଷୟରେ ଆମ ପ୍ରତିନିଧି ଗାଇସିଲେଟ ବିଡିଓ ପ୍ରବୀଣ ବଣୁଆଁ ଙ୍କୁ ଯୋଗାଯୋଗ କରିବା ରୁ ବିଡ଼ିଓ ଏହାର ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଗୁଦେରପାଲି ଗାଁ ର ଅର୍ଦ୍ଧ ନିର୍ମିତ ନିମ୍ନ ମାନର ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ କାମ ସଂପୁର୍ଣ୍ଣ କରିବା ସହ ସେ ସମୟରେ ଯେଉଁ ଅଧିକାରୀ ଏବଂ ଠିକାଦାର ଏହି କାମରେ ନିୟୋଜିତ ଥିଲେ ତାହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post