ଜଗତସିଂହପୁର/ସୁମନ୍ତ କୁମାର ଦାସ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ୨ ଦିନ ଧରି ଆୟୋଜିତ ହୋଇଥିବା ୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ ଯାପିତ ହୋଇଯାଇଅଛି l ଉଦ୍ ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ,ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ -ଆମ ଜିଲ୍ଲାର ଖ୍ୟାତ ନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଆମ ଜିଲ୍ଲା,ରାଜ୍ୟ ଓ ଦେଶ ପାଇଁ ଗୋୖରବ ଆଣିଛନ୍ତି lବିଜ୍ଞାନକୁ ସକାରତ୍ମକ ଦିଗରେ ବ୍ୟବହାର କଲେ ଦେଶର ପ୍ରଗତି ହେଵ lଆଜି ବିଶ୍ୱରେ ଯେଉଁ ଭୟାବହ ଯୁଦ୍ଧ ଚାଲିଛି ,ଆଧୁନିକ ବୈଜ୍ଞାନିକ ଯୁଦ୍ଧ ସରଞ୍ଜାମ ର ବ୍ୟବହାର ହେଉଛି,ଏହା ମାନବ ସଭ୍ୟତାକୁ ଗୋଟିଏ ମୁହୂର୍ତ୍ତରେ ଧ୍ବଂସ କରିପାରିବ lଅନେକ ରାଷ୍ଟ୍ର ପରମାଣୁ ବୋମା କ୍ଷମତା ସମ୍ପର୍ଣ୍ଣ l ଯେଉଁ ସୃଷ୍ଟି କୁ ଭଗବାନ ସୃଷ୍ଟି କରିଛନ୍ତି ,ଆମେ ଏହାକୁ ମାନବ କଲ୍ୟାଣ ରେ ଲଗାଇବା ,ସଭ୍ୟତା କୁ ସୁନ୍ଦର କରି ଗଢି ତୋଳିବା l ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ବିଜ୍ଞାନ ର ପାରିବ୍ୟାପ୍ତ ବ୍ୟାପକ lପ୍ରତ୍ୟେକ ଛାତ୍ର ଛାତ୍ରୀ ପରିବେଶ ସନ୍ତୁଳିତ ରଖିବା ପାଇଁ ପ୍ରତ୍ୟେକ ପିଲା ୫ଟି ଲେଖାଏ ବୃକ୍ଷ ରୋପଣ କରନ୍ତୁ lସମ୍ମାନୀତ ଅଥିତି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ ପିଲା ମାନେ ଏବେ ଠାରୁ ବିଜ୍ଞାନରେ ରୁଚି ରଖନ୍ତୁ lରାଜ୍ୟ ସରକାର ଇଂଜିନିୟରିଂ ଓ ମେଡ଼ିକାଲ କଲେଜ ରେ ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସରକ୍ଷଣ ବ୍ୟବସ୍ଥା କରିଛନ୍ତି lବିଜ୍ଞାନ ଆମର ଜୀବନରେ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ l ବିଜ୍ଞାନ ହେଉଛି ଆମ ଜୀବନର ଅଭିନ୍ନ ଅଙ୍ଗ lପ୍ରକଳ୍ପ ନେଇ ଆସିଥିବା ପିଲାମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ lଆମ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରି ଗୋୖରବ ଆଣିବେ lଏହି ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା କହିଲେ ଆମ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ କରିଛନ୍ତି l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ମଞ୍ଜରୀ ମହାନ୍ତି ଧନ୍ୟଵାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.