ଖଇରା (ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗଡ଼ିଆ ମା ବାସୁଳି ଘୋଡ଼ା ମେଲଣ ପଡିଆ ଠାରେ ଘୋଡ଼ା ନାଚ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଇ ଘୋଡ଼ା ନାଚ ଉତ୍ସବ ଟି କୈବର୍ତ୍ତ ମାନଙ୍କର ମୂଖ୍ୟ ପର୍ବ, ବୋଲି ବିବେଚନା କରାଯାଏ ପୂର୍ବ ପୁରୁଷ ଧରି ଘୋଡ଼ା ନାଚ ହୋଇ ଆସୁଛି । ଏଠାକୁ ବହୁ ଦୂର ଦୁରାନ୍ତରୁ ଘୋଡ଼ା ନିମନ୍ତ୍ରିତ ହୋଇ ଆସି ପଡିଆ ରେ ପହଞ୍ଚି ନିଜ ନିଜର ନାଚ ଗୀତ କରି ଯାକ ଯମକ ର ପତିଆରା ଦେଖାଇବା ସହିତ ଆଖପାଖ ଅଞ୍ଚଳରୁ ଆସିଥିବା ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ଥାଆନ୍ତି ଏହା ଆମ ସଂସ୍କୃତି ପରମ୍ପରାକୁ ବଜାୟ ରଖିଥିବା ବେଳେ ଏକାଠି ମେଳ ହୋଇ ବେଢାରେ ପହଞ୍ଚି ଥାନ୍ତି ଘୋଡ଼ା ମାନଙ୍କୁ ପୂଜାର୍ଚ୍ଚନା କରିବା ସହ ଘୋଡ଼ା ମାନଙ୍କୁ ସଙ୍ଗୀତ ମାଧ୍ୟମରେ ନଚା ଯାଇଥାଏ,ଘଣ୍ଟ, ହୋଳହୋଳି, ସାଉଣ୍ଡ, ବାଜା ସହ ମହିଳା ଓ ପୁରୁଷମାନେ ଗ୍ରାମ ପରିକ୍ରମା କରି ରୀତିନୀତି ଅନୁସାରେ ହେଉଥିବା ମା’ ବାଶୁଳୀ ଘୋଡ଼ା ମାନଙ୍କ ର ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଏହି ଘୋଡା ନାଚ ଉତ୍ସବ ଦେଖିବାକୁ ଆଖ ପାଖ ଗ୍ରାମରୁ ଅନେକ ସଂଖ୍ୟା ରେ ଲୋକ ଯୋଗ ଦେଇଥିଲେ।ଏହି ଯାତ୍ରା ଦୀର୍ଘ 15 ଦିନ ଧରି ଚାଲେ । ଏଠି ସମସ୍ତ ପ୍ରକାର ଦୋକାନ ଖୋଲା ଯାଇଥାଏ l ଲୋକମାନେ ନିଜର ଚାହିଦା ମୁତାବକ ଜିନିଷ କିଣି ଥାଆନ୍ତି ।ଘୋଡ଼ା ଯାତ୍ରା ର ସୁ ପରିଚାଳନା ଓ ଶୃଙ୍ଖଳା ରକ୍ଷା ପାଇଁ ଆମ୍ବଗଡ଼ିଆ ଘୋ ଡ଼ା ମେଳଣ କମିଟିର ସଦସ୍ୟ ମାନେ ଯତ୍ନର ସହିତ ପରିଚାଳନା କରିଥାନ୍ତି । ବ୍ଲକ ପ୍ରଶାସନ ତରଫରୁ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ର ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.