ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କଲେ ଜିଲ୍ଲାପାଳ ଚଂଚଳ ରାଣା

0 2

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ):ପାଟଣାଗଡ଼ ଅନ୍ତର୍ଗତ ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ କରିବା ପାଇଁ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହିତ ଏସ୍‌ପି ନିତିନ କୁଶଲକର, ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.