କୋଶଳିଆ ମାଳି ସମାଜ ପଦ୍ମପୁର ଅଞ୍ଚଳ ର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ ଅନୁଷ୍ଠିତ

0 2

ପଦ୍ମପୁର- ରବିବାର ଦିନ ପଦ୍ମପୁର ଅଞ୍ଚଳର ଦହିତା ଗ୍ରାମରେ କୋଶଳିଆ ମାଳି ସମାଜର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ-୨୦୨୨ ,ଶ୍ରୀଯୁକ୍ତ ଲୋକନାଥ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲ ,ଉପ ସଭାପତି ଶ୍ରୀଯୁକ୍ତ ଶୁବଳ ପଟେଲ,ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ଟେକରାଜ ପଟେଲ, ପଲସଦା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ଲଳିତ ପଟେଲ,ପାଇକମାଳ ସମ୍ପାଦକ ଶ୍ରୀ ଯୁକ୍ତ ସନ୍ତୋଷ ପଟେଲ, ଧୂମାଭଟା ଅଞ୍ଚଳ ସମ୍ପାଦକ ଶ୍ରୀ ଯୁକ୍ତ ଦୁତିବାହାନ ପଟେଲ,ବ୍ଳକ ଉପଦେଷ୍ଟା ମଣ୍ଡଳୀ,ଅତିଥି ଭାବରେ ଯୋଗଦାନ କରିଥିଲେ।ପଦ୍ମପୁର ଅଞ୍ଚଳ କାର୍ଯ୍ୟକାରୀ କମିଟି,ମହିଳା କମିଟି, ଗ୍ରାମ୍ଯ କମିଟି ସହଯୋଗ ରେ ସମସ୍ତ ଙ୍କ ଉପସ୍ଥିତି ରେ ସାମାଜିକ ନୀତି ନିୟମର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ସାରା ଓଡ଼ିଶାରେ ଗୋଟିଏ ପ୍ରକାର ନୀତି ନିୟମ ପ୍ରଣୟନ ପାଇଁ ମତପ୍ରକାଶ ପାଇଲା।ବିଭିନ୍ନ ଗ୍ରାମରୁ ପ୍ରାୟ ଏକହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ଗତ ଶିକ୍ଷା ବର୍ଷର ମାଟ୍ରିକ, ଯୁକ୍ତଦୁଇ, ଗ୍ରାଜୁଏସନରେ ସର୍ବୋଚ୍ଚ ନମ୍ୱର ରଖିଥିବା, ଓ ସରକାରୀ ମେଧା ବୃତ୍ତିହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରିବା ସହିତ ପ୍ରତିଭାସମ୍ମାନ ଦିଆଯାଇଥିଲା।ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ବ୍ଳଡଗୃପ ରେଜିଷ୍ଟର ଉନ୍ମୋଚନ କରାଗଲା।ଶୃତି,ସନମ,ସୀତା,ଓ ସୁପ୍ରୀୟା ସ୍ବାଗତ ସଙ୍ଗୀତ ଗାନ କରିଥିଲେ,ଓ ନୃତ୍ଯପରିବେଷଣ କରି ଥିଲେ।ବାଦ୍ୟ ଯନ୍ତ୍ର ରେ ଦିଲ୍ଲୀପ, ଲକ୍ଷ୍ମଣ,ଓ ମହେନ୍ଦ୍ର ସହଯୋଗ କରିଥିଲେ।ଦେବାନନ୍ଦ,ଓ ଗୁଣମଣି ପଟେଲ ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷା କମିଟି ସଭ୍ୟ ବୃନ୍ଦ ନିରାକାର, ଅଜିତ, ଧରଣୀ, ବିନୋଦ, କରୁଣା, କାର୍ତ୍ତିକ, ପ୍ରଦିପ,ସୁଧାଂଶୁ ସମ୍ବର୍ଦ୍ଧନା ରେ ସହଯୋଗ କରିଥିଲେ। ଅଞ୍ଚଳ କମିଟି ସମ୍ପାଦକ ମନୋଜ ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ। ଦହିତା ଗ୍ରାମ୍ଯ କମିଟି ସଭାପତି ଶ୍ଯାମ ସୁନ୍ଦର,ରୁକଧର,ବିଷ୍ଣୁ, ଥବିର ପ୍ରଭୃତି ବ୍ଯବସ୍ଥା କରିଥିଲେ।ଉପସଭାପତି ଦୁଷ୍ମନ୍ତ, କୋଷାଧ୍ୟକ୍ଷ ଚନ୍ଦ୍ରମଣି ,ଵଲ୍ଳଭ ଅତିଥି ସ୍ବାଗତ କରିଥିଲେ।ଦହିତା ଗ୍ରାମ୍ଯ କମିଟି ସମ୍ପାଦକ ବାବୁଲାଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.