ବରପାଲିରେ ଜଘନ୍ୟ ହତ୍ୟାକାଣ୍ଡ :ମାଁ କୁ ନୃଶଂସ ଭାବରେ ହତ୍ୟା କଲା ପୁଅ

0 2

ବରଗଡ଼ :-ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର , ହିଁ , ମା କୁ ନିର୍ମମ ହତ୍ୟା କରି ଅଖା ରେ ଭର୍ତ୍ତି କରି ଦେଇଥିଲା । ଘଟଣା ରୁ ପ୍ରକାଶ ଯେ କୁମ୍ଭାରୀ ଗ୍ରାମ ର ବନ୍ଧ ପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରହୁଥିବା ଜଣେ ରେ ବିଧବା ପ୍ରାୟ 60ବର୍ଷୀୟା କୋଶଲ୍ୟା ସାହୁ ଙ୍କର ଜନ୍ମ କଲା ପୁଅ ପ୍ରାୟ 32ବର୍ଷୀୟ ବିଦ୍ୟାଧର ସାହୁ ସହ ଘରେ ରୁହନ୍ତି । ବିଦ୍ୟାଧର ବିବାହିତ ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ମା ଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ସାମାନ୍ୟ ବଚସା ରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମା ଙ୍କ ତଣ୍ଟି କୁ ବ୍ଲେଡ ରେ ବାରମ୍ବାର କାଟି ପକାଇଥିବା ସୂଚନା ରହିଥିବା ବେଳେ ମା ଜୋର୍ ରେ ପାଟି କରିବାରୁ ମା କୁ ଏକ ଅଖା ବସ୍ତା ରେ ଭର୍ତ୍ତି କରି ଦେଇଥିଲେ । ମାରି ସାରିବା ପରେ ବ୍ଲେଡ୍ କୁ ଫିଙ୍ଗି ଦେଇଥିବା କଥା ଅଭିଯୁକ୍ତ ପ୍ରକାଶ କରିଛନ୍ତି । ବରପାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧର କୁ ଗିରଫ କରି ଥାନା କୁ ଆଣି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁତ୍ର ନିଜ ଜନ୍ମିତ ମା କୁ ନୃଶଂସ ଭାବରେ ହତ୍ୟା ଘଟଣା ଅଞ୍ଚଳ ରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.