ଭଞ୍ଜନଗର : ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତର ସ୍ୱପ୍ନ ପୂରଣ କରିବା ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ସୋମବାର ସହରରେ ସ୍ୱଚ୍ଛ ଭାରତ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପିର ବହୁ ନେତୃବୃନ୍ଦ ଓ କର୍ମୀ ଏଥିରେ ସାମିଲ ହୋଇଥିଲେ। ସକାଳ ୬ଟା ସମୟରେ ସ୍ଥାନୀୟ ବଜାର ଠାରେ ସଫେଇ କରାଯିବା ସହ ନୂତନ ବସଷ୍ଟାଣ୍ଡକୁ ସଫେଇ କରାଯାଇ ବିଶୋଧନ କରାଯାଇଥିଲା। ଏଥି ସହିତ ବ୍ୟବସାୟୀ ଓ ସହରବାସୀ ଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସଚେତନତା କରିବା ସହ ସ୍ଵଛତା ଉପରେ ବୁଝାଯାଇଥିଲା। ଏହି ଅବସରରେ ଭଞ୍ଜନଗର କୁ ଏକ ସ୍ଵଛ ଓ ସୁନ୍ଦର ସହର ଭାବେ ଗଢିତୋଳି ବାକୁ ଉଦ୍ୟମ କରୁଥିବା ଏନଏସି ର ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ସହର ଉପକଣ୍ଠର ବାଉଁଶଲୁଣ୍ଡି ପଂଚାୟତରେ ମଧ୍ୟ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତା କଡରେ ଦୀର୍ଘ ବର୍ଷ ଧରି ପଡୁଥିବା ଅଳିଆ ଆବର୍ଜନା କୁ ରୋକା ଯାଇ ପାରିଥିବା ରୁ ସ୍ଥାନୀୟ ସରପଞ୍ଚ ଓ ଯୁବବର୍ଗ ଙ୍କ ଏଭଳି ଉଦ୍ୟମ କୁ ପ୍ରଶଂସା କରାଯାଇଥିଲା। ସ୍ୱଚ୍ଛ ଭାରତ ଅଭିଯାନ ଏବେ ‘ଜନ ଆନ୍ଦୋଳନ’ ଭାବେ ଲୋକଙ୍କଠାରୁ ଦୃଢ ସମର୍ଥନ ପାଉଛି । ନାଗରିକମାନେ ମଧ୍ୟ ବହୁ ସଂଖ୍ୟାରେ ସ୍ୱଚ୍ଛ ଓ ନିର୍ମଳ ଭାରତ ପାଇଁ ଆଗେଇ ଆସୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ଲୋକମାନେ ରାସ୍ତା ସଫା ପାଇଁ ହାତରେ ଝାଡ଼ୁ ଧରୁଛନ୍ତି, ଅଳିଆ ସଫା କରୁଛନ୍ତି, ପରିଚ୍ଛନତା ଉପରେ ଧ୍ୟାନକେନ୍ଦ୍ରିତ କରି ଏକ ସୁସ୍ଥ ପରିବେଶ ନିମନ୍ତେ ଭାଗିଦାର ହେଉଛନ୍ତି । ‘ସ୍ଵଚ୍ଛତା ଦ୍ୱାରା ଈଶ୍ୱରପ୍ରାପ୍ତି’ ର ସନ୍ଦେଶକୁ ପ୍ରସାରିତ କରିବାରେ ଲୋକେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ସହରାଂଚଳରେ ସ୍ୱଚ୍ଛ ଭାରତ ମିଶନ ଏବେ ବ୍ୟକ୍ତିଗତ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଧ୍ୟାନକେନ୍ଦ୍ରିତ କରାଯାଉଛି । ଗ୍ରାମାଂଚଳରେ ପଂଚାୟତସ୍ତରରେ ଲୋକଙ୍କ ଆଚରଣ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୌଚାଳୟ ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପଂଚାୟତସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଧ୍ୟ ପାଣ୍ଠି ଯୋଗାଇ ଦିଆଯାଉଥିବା ବିଜେପି ନେତୃବୃନ୍ଦ କହିଥିଲେ। ଏଥିରେ ବିଜେପି ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ,ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର,ଶିବ ପ୍ରସାଦ ମହାପାତ୍ର,ସନ୍ତୋଷ ତିଆଡି, ନୀଳମାଧବ ପାତ୍ର,ରବୀନ୍ଦ୍ର କୁମାର ଗୌଡ଼, ସନ୍ତୋଷ କୁମାର ପାଳ,ମାନସ ଜେନା,ବାଉଁଶଲୁଣ୍ଡି ସରପଂଚ ଉଦ୍ଧବ କୁମାର ମିଶ୍ର,ବାଉଁଶଲୁଣ୍ଡି ଗ୍ରାମର ବହୁ ଯୁବବର୍ଗ ଙ୍କ ସମେତ ବହୁ ବିଜେପି ନେତା ଏବଂ କର୍ମୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post