ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆଜିଠାରୁ ପୁର୍ନ ଆରମ୍ଭ ହୋଇଛି l ଆଜି ଜଗତସିଂହପୁର ବ୍ଲକ୍ ପାଇଁ ଏହି ଜନ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଯୋଗଦେଇ ଜନ ସାଧାରଣ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଏହି ଅଭିଯୋଗ ଶିବିର ରେ ମୋଟ୍ ୩୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୨୯ଟି ଏବଂ ଗାଁ ସମସ୍ୟା ଓ ଗୋଷ୍ଠିଗତ ସମସ୍ୟା ସମ୍ପର୍କିତ ୦୬ଟି ଅଭିଯୋଗ ର ଶୁଣାଣି କରଯାଇଥିଲା l ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ,ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା ,ବି.ଡି.ଓ ଶ୍ରୀ ସାଗର କୁମାର ନନ୍ଦ ,ତହସିଲଦାର ଶ୍ରୀମତୀ ଅଞ୍ଜଳି ତରାଇ, ଜିଲ୍ଲାସ୍ତରୀୟ ଅଧିକାରୀ ,କ୍ଷେତ୍ର ବିଭାଗୀୟ ଅଧିକାରୀ ,ସହକାରୀ ଜିଲ୍ଲାପାଳ ,ଅଭିଯୋଗ ବିଜୟଲକ୍ଷ୍ମୀ ନାୟକ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post