ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲା ଯାଇଛି। ଏହି ଜଳଛତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀଙ୍କ ସହ ଏସ୍ ଡି ପି ଓ ଶ୍ରୀ ରାମକୃଷ୍ଣ ପତି , ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରିଥିଲେ।
ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ଥାନାରେ ଜଳ ଛତ୍ର ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଖୋଲା ଯାଇଛି। ଜନସାଧାରଣ କିଛି କାମ ନଥିଲେ ବାହାରେ ନ ବୁଲିବା ଓ ଯଦି କାମ ଅଛି ତାହା ହେଲେେ ଛତା ଜୋତା ବ୍ୟବହାର କରି ଘରୁ ବାହାରି ବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ।
ପୋଲିସର ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଓ ଜଳ ଛତ୍ର ଖୋଲି ଲୋକଙ୍କୁ ଜଳ ପ୍ରଦାନକୁ ଜିଲ୍ଲାରେ ଭୂୟସ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post