ଭଞ୍ଜନଗର/ନିଲୁ ବିଶୋୟୀ : ଭଞ୍ଜନଗର ବ୍ଳକ ରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଭଞ୍ଜନଗର ସ୍ଥିତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ବ୍ଳକର ଷୋହଳଟି କ୍ଳଷ୍ଟର ରୁ ମୋଟ ୯୬ ଟି ଟି.ଏଲ୍.ଏମ୍ କ୍ଳଷ୍ଟର ସ୍ତରରୁ ଚୟନ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶନ କରାଯାଇଥିଲା ା ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ବି.ଇ.ଓ ଏସ୍ ଧନଞ୍ଜୟ, ସମ୍ମାନୀତ ଅତିଥି ରୂପେ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ ,ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ଉଦଘାଟନ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ବକ୍ତବ୍ୟ ରଖିଥିଲେ | ଏହି ପ୍ରଦର୍ଶନୀରେ ବିଚାରକ ରୂପେ ଯୋଗ ଦେଇଥିଲେ ଭଞ୍ଜନଗର ସି.ଟି ସ୍କୁଲର ବର୍ତ୍ତମାନର ପ୍ରଶିକ୍ଷକ ସୁରେଶ୍ବର ଶାହା, ପୂର୍ବତନ ପ୍ରଶିକ୍ଷକ ସୂର୍ଯ୍ୟନାରାୟଣ ଉପାଧ୍ୟାୟ ଏବଂ ୟୁ.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ା ଆସନ୍ତା ୨୦ ଅପ୍ରେଲ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ନିମିତ୍ତ କଇଠ ପଲ୍ଲୀ, ଚାକୁଣ୍ଡାପଲ୍ଲୀ,ସାଦରା, ଜାମପଲ୍ଲୀ,ଗାମୁଣ୍ଡି ଓ ବିଞ୍ଜଗିରି ଆଦି ବିଦ୍ୟାଳୟର ସର୍ବମୋଟ ଛଅଟି ଟି.ଏଲ୍.ଏମ୍ ବିଚାରକ ମାନଙ୍କ ଦ୍ବାରା ମନୋନୀତ ହୋଇଥିଲା | କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସି.ଆର୍.ସି.ସି ତ୍ରିନାଥ ବେହେରା ଏବଂ ସି.ଆର୍.ସି.ସି ନାରାୟଣ ମହାପାତ୍ର | ଶେଷରେ ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମରେ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିମାଞ୍ଚଳ ସ୍ବାଇଁ ଙ୍କ ସମେତ ସମସ୍ତ ଷ୍ଟାଫ ଏବଂ ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ , ରାଘବ ନାୟକ,ସୁରେନ୍ଦ୍ର ପ୍ରଧାନ, ଦେବୀ ପ୍ରସାଦ ଦାଶ, ଭଗବାନ ଭୂୟାଁ,ମନୋଜ ଗୌଡ,ମନୋଜ ପାଳ,ସୁନିଲ ପାଣି ,ବୃନ୍ଦାବନ ସେଠୀ, ସନ୍ତୋଷ କୁମାର ଗୌଡ, ଭାସ୍କର ନାୟକ,ଆଦିକନ୍ଦ ଗୌଡ,ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.