ବିରିଡି ବ୍ଲକ ବିଡ଼ିଓ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

0

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବିଡ଼ିଓ ହେମନ୍ତ ମହାନ୍ତି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଭିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିଡ଼ିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିବା ଘଟଣାକୁ ନେଇ ସାରା ଜିଲାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗତସିଂହପୁର ଜିଲା ସାମ୍ବାଦିକ ସଙ୍ଘ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଠାରୁ ଅନିଧିଷ୍ଠ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓଲ୍ହାଇଥିବା ସହ ଏହାକୁ ରାଜ୍ୟ ବ୍ୟାପି କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।
ଭିଓ-୧-ବିରିଡି ବ୍ଲକ ବିଡ଼ିଓ ହେମନ୍ତ ମହନ୍ତ ଙ୍କ ବିରୁଦ୍ଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ଏପରି ପେଷାଦାର ବିଡ଼ିଓ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କିଏ ଲଗାଉଛି କି ରୋକ ? ଯଦି କିଏ ରୋକ ଲଗାଉଛି ତାହେଲେ ଏପରି ଜଣେ ବିଡ଼ିଓ ଙ୍କ ସହିତ ତାଙ୍କର କି ସମ୍ପର୍କ ରହିଛି ? ଏପରି ତମାମ ପ୍ରଶ୍ନ କୁ ନେଇ ଆଜି ଠାରୁ ଜଗତସିଂହପୁର ଜିଲ୍ଲା ସାମ୍ୱାଦିକ ସଙ୍ଘ ଆନ୍ଦୋଳନକୁ ଓଲ୍ହାଇଛି । । ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ 10 ଦିନ ତଳେ ସାମ୍ବାଦକ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସମ୍ପୃକ୍ତ ବିଡ଼ିଓଙ୍କୁ ସାତ ଦିନ ଭିତରେ ଜିଲା ବାହାରକୁ ବଦଳି ସହ ଗଣ ମାଧ୍ୟମ ଆଗରେ ସେ କ୍ଷମା ପାର୍ଥନା କରିବାକୁ ସଙ୍ଘ ଦାବି କରିଥିଲା । ତେବେ ପ୍ରଶାସନ ପକ୍ଷରୁ ବିଡ଼ିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ଠାରୁ ସାମ୍ବାଦିକ ମାନେ ଜଗତସିଂହପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଅନିଧିଷ୍ଠ କାଳ ପର୍ଯ୍ୟନ୍ତ ଗଣ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.