145 ତମ ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ମନୋନୟନ

0

ବରଗଡ :- ବରପାଲି ଶୀତଳଷଷ୍ଠୀ ପର୍ବର ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ ସ୍ଥାନ ଓ ଆସ୍ଥା ରହିଛି । ଚଳିତବର୍ଷ 145 ତମ ଶୀତଳ ଷଷ୍ଠୀ ଅବସରରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କର  ବିବାହ ମହୋତ୍ସବ ପାଇଁ କନ୍ୟାପିତା ଶ୍ରୀ ମଳୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଜଗନ୍ନାଥ ନଗର ଦୁର୍ଗା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ଶୀତଳ ଷଷ୍ଠୀ ମାତା ପାର୍ବତୀ ଙ୍କର ବିବାହ ମହୋତ୍ସବକୁ ଆଡମ୍ବର ସହକାରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣକରି ଏକ ପରିଚାଳନା କମିଟି ଗଠନ କରାଯାଇଥିଲା l ଏଥିରେ ସର୍ବସମ୍ମତ କ୍ରମେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କୁ ସଭାପତି, ଶ୍ରୀ ଭୈରବ ମେହେର, ଶ୍ରୀ କୈଳାଶ ଗହୀର ଉପସଭାପତି, ଶ୍ରୀ ଯଦୁମଣି ତ୍ରିପାଠୀ ସମ୍ପାଦକ, ଶ୍ରୀ ସନ୍ତୋଷ ଗୁପ୍ତା, ଶ୍ରୀ ଅଜିତ ପଧାନ  ସହସମ୍ପାଦକ, ଶ୍ରୀ ସଞ୍ଜୟ ଅଗ୍ରୱାଲ, ଶ୍ରୀ ଜିତୁ ଅଗ୍ରୱାଲ କୋଷାଧକ୍ଷ ଭାବରେ ମନୋନୀତ ହୋଇଥିଲେ l ଏହା ସହିତ ଶ୍ରୀ ନରେନ୍ଦ୍ର ଅଗ୍ରୱାଲ, ଶ୍ରୀ ଯଦୁମଣି ବିଶି, ଶ୍ରୀ ଦିବାକର ପଟେଲ, ଶ୍ରୀ ଏଥିନ୍ଦ୍ର ନାଥ ସେନ, ଶ୍ରୀ ଗୋପାଳ ସାହୁ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ଭାବରେ ମନୋନୀତ ହୋଇଥିଲେ l ଓ ଶ୍ରୀ ଅବଧୂତ ଖମାରି, ରୋହିତ ବଢଲ, ବିଶ୍ୱ ବିରତିଆ, ସୁଜିତ ଥଇଟ, କମଲ ଅଗ୍ରୱାଲ ପ୍ରମୁଖ 21 ଜଣ ସଭ୍ୟ କାର୍ଯ୍ୟକାରୀ କମିଟି କୁ ମନୋନୀତ ହୋଇଥିଲେ l ଶେଷରେ ଶ୍ରୀ ଯଦୁମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.