ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଯାଉଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି, ନୂତନ ନାମ ଲେଖା ଏବଂ ପାଠ ପଢାର ଅବଧି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି ତା.୨୦-୦୪-୨୦୨୨ ରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ।.ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ନାମ ଲେଖା / ପୁନଃ ନାମ ଲେଖା ତା.୨୦-୦୪-୨୦୨୨ ରିଖ ଠାରୁ ଆରମ୍ଭ ହୋଇ ତା.୩୦-୦୪-୨୦୨୨ ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆରମ୍ଭ କରାଯାଇଥିବା ନୂତନ ମୂଲ୍ୟାଙ୍କନ ନୀତି ଅନୁଯାଇ, ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସମାପ୍ତିସୂଚକ ଆକଳନ(SummativeAssessment)-୨ ପରୀକ୍ଷା ଦେବାକୁ ପଡିବ।ସମାପ୍ତିସୂଚକ ଆକଳନ (SummativeAssessment)-୨ ପରୀକ୍ଷା ଏବଂ ତାହାର ପରୀକ୍ଷା ଫଳ ପ୍ରକାଶନ ତଥା ୧୦ମ ଶ୍ରେଣୀ କୁ ଉନ୍ନତି୧୦ ମଇ, ୨୦୨୨ ସୁଦ୍ଧା ଶେଷ କରାଯିବ। ସକାଳ ସମୟରେ ଚାଲିଥିବା ବିଦ୍ୟାଳୟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲୁରହିବ। କୋଭିଡ-୧୯ ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ମଧ୍ୟରେ ଶିକ୍ଷା ଗ୍ରହଣରେ ହୋଇଥିବା କ୍ଷତି ଭରଣା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ (OSEPA) ଦ୍ବାରା ପ୍ରସ୍ତୁତଶୈକ୍ଷିକ ପୁନରୁଦ୍ଧାର ଯୋଜନା (LearningRecoveryPlan) ମାଧ୍ୟମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରାସକାଳୁଆ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକ୍ଷମ କରାଯିବ। ଗ୍ରୀଷ୍ମ କାଳୀନ ଅବକାଶ ର ସମୟ ଅବଧି କମ୍ କରାଯାଇ ତା.୦୬-୦୬-୨୦୨୨ ରିଖ ଠାରୁ ତା.୧୬-୦୬-୨୦୨୨ ରିଖ ପର୍ଯ୍ୟନ୍ତ ସୀମିତ କରାଯିବ। ସକାଳୁଆ ବିଦ୍ୟାଳୟର ପାଠପଢା କାର୍ଯ୍ୟକ୍ରମ ପ୍ରାତଃ ୬.୦୦ ଘଟିକାରୁ ସକାଳ ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲୁରହିବ। ମଧ୍ୟାହ୍ନ ଭୋଜନ ଭୁକ୍ତ ପିଲାମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଇ ଦିଆଯିବ।
ତା.୦୧-୦୫-୨୦୨୨ ରିଖ ଠାରୁ ତା.୦୫-୦୬-୨୦୨୨ ରିଖ ପର୍ଯ୍ୟନ୍ତ ସକାଳ ୬.୦୦ ଘଟିକା ଠାରୁ ସକାଳ ୯.୦୦ ଘଟିକା ପର୍ଯ୍ୟନ୍ତ ଶ୍ରେଣୀ ଗୃହ ମାନଙ୍କରେ ପାଠ ପଢା ଚାଲୁ ରହିବ। ମଧ୍ୟାହ୍ନ ଭୋଜନ ଭୁକ୍ତ ପିଲାମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଇ ଦିଆଯିବ।
Sign in
Sign in
Recover your password.
A password will be e-mailed to you.
Prev Post
Next Post