ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରରେ ନୂଆବସ୍ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଅଜୟ କୁମାର ତ୍ରିପାଠୀ , ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ଅଭିଭାଷଣରେ ଡ.ଆମ୍ବେଦକର ମାନବ ଜୀବନ ଇତିହାସରେ ଜଣେ ସିଧାସାଧା ବ୍ୟକ୍ତିତ୍ୱ ଥିଲେ ମଧ୍ୟ ତାଙ୍କର ମହତ୍ୱ କାର୍ଯ୍ୟ ଯୋଗୁଁ ଭଗବାନ ରୂପେ ପୂଜା ପାଉଛନ୍ତି । ମୁଖ୍ୟ ଅତିଥି ଶ୍ରୀ ରାଓ କହିଥିଲେ ସମାଜ ପାଇଁ ଲଢେଇ କରିଥିଲେ ଭୀମ ରାଓ ଆମ୍ବେଦ କର । ବର୍ତ୍ତମାନ ଓଡିଶାରେ ମହିଳା ମାନଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ କରିଛନ୍ତି ଓଡିଶା ସରକାର ବୋଲି ନିଜ ଅଭିଭାଷଣ ରଖିଥିଲେ ।
ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ଆମ୍ବେଦକରଙ୍କ ଜୀବନଶୈଳୀ, ଭାରତୀୟ ସମ୍ବିଧାନ ଲିଖନରେ ଅବଦାନ ଆଦି ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲେ । ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ମାନେ ହେଲେ ପାରଳାଖେମୁଣ୍ଡି ସ୍ଥତ ଗଜପତି କେନ୍ଦ୍ର ବିଦ୍ୟାଳୟର ଛାତ୍ର ରୂପକ ରଥ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁମନ ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ, ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁଧାକର ପଣ୍ଡା ଓ ଚାନ୍ଦନୀ ସାହୁ ମିଳିତ ଭାବେ ୩ ସ୍ଥାନ ଅଧିକାର କରିଥିଲେ । ସେହିପରି ସାନ୍ତନା ମୂଳକ ଭାବେ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ବୁଲି ସିଂ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୌମ୍ୟଜିତ୍ ପଟ୍ଟନାୟକ, ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁମିତ କୁମାର ମହାପାତ୍ର ବୋଲି ଜଣାପଡିଛି ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ନରସିଂହ ବ୍ରଜବନ୍ଧୁ, ଦିଲ୍ଲୀପ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.