ଡକ୍ଟର ବି ଆରଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚିତ

0 2

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ସମ୍ବିଧାନ ପ୍ରଣତା ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ132ତମ ଜୟନ୍ତୀ ପାଳନ ଅବସରରେ ରେଙ୍ଗା ଏବଂ ତୋଟାଗୁଡା ଛକ ଠାରେ ଆମ୍ବେଦକର ପ୍ରତିମୂର୍ତ୍ତିମାନ ଉନ୍ମୋଚିତ ହୋଇଯାଇଛି | କାଶୀପୁର ବ୍ଲକ ସ୍ଥିତ ବାମସେଫ ପକ୍ଷରୁ ରେଙ୍ଗା କଲୋନୀ ପଞ୍ଚାୟତ ସଦର ଠାରେ ଆୟୋଜିତ କାର୍ଯ୍ୟକ୍ରମରେପୂର୍ବତନଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ମିହିର ରଞ୍ଜନ ସେଠୀ, ସ୍ତମ୍ଭକାର ତାହାଠା ସାମ୍ବାଦିକ ଅମୀୟ ପାଣ୍ଡବ ,ଜିଏମ, ସିଏସ ଆର, ଉତ୍କଳ ଆଲୁମିନା ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଉଦୟ ନାଏକ (ଅଧ୍ୟାପକ,ଏବଂ ଏନ ସିସି ,ଲେପ୍ଟନାଣ୍ଟ ରାୟଗଡ଼ାସ୍ବୟଂ ଶାସିତ ମହାବିଦ୍ୟାଳୟ)ରବୀନ୍ଦ୍ର ଚନ୍ଦ୍ର ନାଏକଏବଂ ବିହାର ବୁଦ୍ଧ ଗୟା ସ୍ଥିତ ମହା କାରୁଣୀକ ଆନ୍ତର୍ଜାତିୟ ମିଶନର ସଭାପତି ଭନ୍ତେ ବୁଦ୍ଧ ଘୋଷ ବନ୍ଧିପ୍ରମୁଖଅତିଥି ଭାବେ ଯୋଗ ଆନୁଷ୍ଠାନିକ ଭାବେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।ଏହି ଅଵସର ରେ ଡକ୍ଟର ଆମ୍ବେଦକର ଜୀବନୀ ସ୍ମୃତି ଚାରଣ କରିବା ସହ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଅତିଥି ମାନେ ଗୁରୁତ୍ବ ଆରୋପ କରିଥିଲେ ।ଉପସ୍ଥିତ ଆମ୍ବେଦକର ପ୍ରେମୀ ଅତିଥିଙ୍କ ମଧ୍ୟରେ ଗଜେନ୍ଦ୍ର ନାଏକ, ସୁବାଷ ନାଏକ, ସରୋଜ ନାଏକ,ଵିଦ୍ୟାଧର ଦୁରିଆ,ବିଶ୍ୱମ୍ବର ନାଏକ ସହିତ ସ୍ଥାନୀୟ ଅଞ୍ଚଳର ଅନେକ ଯୋଗ ଦେଇଥିଲେ ।ବାମସେଫର ସଂଯୋଜକତୁଷାର କାନ୍ତ ନାଏକ ଏବଂ ସମ୍ପାଦକ ତୃଷାନ୍ତ ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.