ପଦ୍ମପୁର ଅଞ୍ଚଳରେ ବଢ଼ିବାରେ ଲାଗିଛି ଫାଇନାନ୍ସ କମ୍ପାନୀର ଗୁଣ୍ଡାଗର୍ଦି , ସାଧାରଣ ଜନତା ଭୟଭୀତ ।

0 2

ଲୋକ ମନସ୍ତାପରେ ଭୁଲ ପଦକ୍ଷେପ ନେଲେ କିଏ ଦାୟୀ ରହିବ !

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଫାଇନାନ୍ସ କମ୍ପାନୀର ରାଜୁତି । କମ ଟଙ୍କା ବିନିମୟରେ ଲୋକମାନେ ସୁବିଧାରେ ଗାଡି ପାଇ ପାରିବେ ବୋଲି ଗାଡି ତିଆରି କମ୍ପାନୀ ଓ ଫାଇନାନ୍ସ କମ୍ପାନୀ ମଧ୍ୟରେ ଚୁକ୍ତି କରି ଲୋକଙ୍କୁ ମାସିକ କିସ୍ତି ବିନିମୟରେ ଗାଡି ଯୋଗାଇ ଦିଆଯାଇଥାଏ । ହେଲେ ଲୋକଙ୍କୁ ଗାଡି ଦେଲା ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନଙ୍କ ଜୁଲମ ଗିରି ଆରମ୍ଭ ହୋଇଯାଇଥାଏ । ଲୋକଙ୍କ ଠାରୁ ଅଜଥାରେ ଡରାଇ ଧମକାଇ ଅଧିକ ଟଙ୍କା ଫାଇନ ବାବଦକୁ କହି ଲୁଟ କରୁଛନ୍ତି । ଲୋକମାନେ ମାସିକ କିସ୍ତି ଫାଇନାନ୍ସ କମ୍ପାନୀର କର୍ମଚାରୀ ଜରିଆରେ ପଇଠ କଲେ ସେହି ଟଙ୍କା ସେହି କମ୍ପାନୀ କର୍ମଚାରୀ ନିଜ ପକେଟ ଗରମ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। କାହିଁକି ନା ସେ ବାବଦକୁ ଜମା ରାଶିର ବିଲ ମଧ୍ୟ ଦେଉ ନାହାଁନ୍ତି । ବିଲ ମାଗିଲେ ପରେ ଦବୁ , ଆର ମାସ ନବ କହି ଲୋକଙ୍କୁ ଭୁଆ ବୁଲାଉଛନ୍ତି । ଏମିତି କି ଜୋର ଜବରଦସ୍ତ ଲୋକଙ୍କ ଠାରୁ ଗାଡି ଛଡାଇ ନେଉଥିବା ଅଭିଯୋଗ ହେଉଛି । ଫାଇନାନ୍ସ କମ୍ପାନୀର ଶୀକାର ହେଉଥିବା ଲୋକମାନେ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି । ଦେଖିବାକୁ ଗଲେ ପୋଲିସ ପ୍ରଶାସନର ଛତ୍ରଛାୟା ତଲେ ଫାଇନାନ୍ସ କମ୍ପାନୀ ଜନସାଧାରଣ ଉପରେ ଗୁଣ୍ଡାଗିରି କରି ଲୁଟପାଠ କରୁଥିବା ମନେ ହେଉଛି । ସେମାନଙ୍କ ଦୌରାତ୍ମ୍ୟରେ ଲୋକଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଉଛି | ଲୋକ ମନସ୍ତାପରେ ଯଦି କିଛି ଭୁଲ ପଦକ୍ଷେପ ନିଅନ୍ତି ତେବେ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶ୍ନ କରିଛନ୍ତି !

Leave A Reply

Your email address will not be published.