ସିମୁଳିଆ/ ଅକ୍ଷୟ କୁମାର ଜେନା: ଜଳଛତ୍ର ଭାରତୀୟ ଧର୍ମ ସଂସ୍କୃତି ଓ ପରମ୍ପରା ରେ ମହାବିଷୁବ ସଂକ୍ରାନ୍ତି ଏକ ନିଆରା ପରମ୍ପରା। ବିଶ୍ଵ ଜାଗତିକ ପ୍ରକ୍ରିୟା ରେ ମହାବିଷୁବ ମହତ୍ତ୍ଵ ଅବର୍ଣ୍ଣନୀୟ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ହିସାବରେ ପାଳନ କରାଯାଏ। ପୁରପଲ୍ଲୀ ରେ ଉତ୍ସବ ମୁଖର ପରିବେଶ ସହ ଯାନିଯାତ୍ରା ଆରାଧ୍ୟ ଦେବା ଦେବୀ ଙ୍କ ପୂଜାର୍ଚ୍ଚନା ସତରେ ସମସ୍ତ ଙ୍କୁ ଏକ ମନରେ ବାନ୍ଧି ରଖି ଏକ ଭାଇ ଚାରା ସୃଷ୍ଟି କରିଥାଏ। ଆଜି ବାଲେଶ୍ଵର ଜିଲାର ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ରେ ପଞ୍ଚାୟତ ତରଫରୁ ଛକ, ମେଲଣ ପଡିଆ, ମୁନିପଦା, ଏମିତି ଅନେକ ଜାଗାରେ ଜଳଛତ୍ର ଅନୁଷ୍ଠିତ କରାଯାଇ ଥିଲା। ପ୍ରଚଣ୍ଡ ରୌଦ୍ରତାପ ଋ ରକ୍ଷା ନିମିତ୍ତ ଖରା ଦିନ ଯାକ ପଥଚାରୀ ଙ୍କୁ ଜଳ ବ୍ୟବସ୍ଥା କରାଯାଇ ପଥ କଷ୍ଟ ଲାଘବ ନିମନ୍ତେ। ବ୍ଲକ୍ ଅଧକ୍ଷ ବାବାଜୀ ମଲିକ, ସରପଞ୍ଚ ମନୋରମା ବେହେରା, ୱାର୍ଡ ସଭ୍ୟ, ଯୁବ ନେତା ଜୟନ୍ତ ପ୍ରସାଦ ନାୟକ ସମେତ ଅନେକ ଗୁରୁ ଗୁରୁଜନ ଏହି ମହାନ କାମ ରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post