ଅସହାୟ ପରିବାର ବର୍ଗଙ୍କର ଦୁଃଖରେ ସାଥି ହୋଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ।ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୮୦ ବର୍ଷିୟା ବୃଦ୍ଧା ପାର୍ବତୀ ଭୂୟାଁ, ଗତ ମାର୍ଚ୍ଚ ୩ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଦୁର୍ଭାଗ୍ୟବଶତଃ, ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହେବାରୁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । କୌଣସି କାରଣରୁ ଡାକ୍ତର ମୃତ ମହିଳାଙ୍କ ଶରୀରକୁ ପୋଷ୍ଟମୋର୍ଟମ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ହସ୍ପିଟାଲର ପ୍ରକ୍ରିୟା ବିଷୟରେ ଅଜ୍ଞ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ନିରୁପାୟ ହୋଇ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କଟକ ବଡ ମେଡ଼ିକାଲରେ ହେଲ୍ପଡ଼େସ୍କ ସହଯୋଗୀ ସନ୍ତୋଷ ଦାସ (ଓଡ଼ିଶା ମୋ ପରିବାର) ତାଙ୍କୁ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ। ପରିବାର ସଦସ୍ୟ ଆର୍ଥିକ ସଙ୍କଟରେ ଥିବାରୁ ପାର୍ବତୀଙ୍କ ମୃତଦେହକୁ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଓ ପାର୍ଥିବଶରୀର ତାଙ୍କ ଗ୍ରାମକୁ ଫେରାଇ ନେବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ, ଉଭୟ ସନ୍ଦୀପ ରଥ ଏବଂ ସନ୍ତୋଷ ଦାସ ସଂଯୋଜନା କରିଥିଲେ ।
ଅତ୍ୟନ୍ତ ସଙ୍କଟମୟ ସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post