ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଦିବାକର ପାତ୍ର ଓ ସମ୍ପାଦକ କ୍ଷୀରସିନ୍ଧୁ ଭୋଇ ଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଧାନପାଟ ଠାରେ ଆୟୋଜିତ ସମାବେଶ ରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଜନଜାତି ସମ୍ପର୍କ ପ୍ରମୁଖ ମଣିରାମ ପାଲ୍, ଫୁଲବାଣୀ ଜିଲ୍ଲା ସ୍ବେଛାସେବୀ ଅନୁଷ୍ଠାନ ଟ୍ରାଇଫର୍ଡର ସର୍ବଭାରତୀୟ ଉପସଭାପତି ପବିତ୍ର କହଁର, କୁଚିଣ୍ଡା ଓ ଲାଇକିରା ର ପୂର୍ବତନ ବିଧାୟକ ବୃଦାବନ ମାଝୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନଜାତି ସଂପ୍ରଦାୟ ଙ୍କୁ ଉଦବୋଧନ ଦେଇଥିଲେ।
ଏହି ଅବସରରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ମାନୁନଥିବା ଓ ସ୍ବଧର୍ମ ସ୍ବଜାତି ପରିତ୍ୟାଗ କରିଥିବା ବିଧର୍ମ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ରୁ ବାଦ ଦେବା ପାଇଁ ଦାବୀ କରିଥିଲେ। ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ନୃତ୍ୟ ସହିତ ଜନଜାତି ମାନେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.