ଶ୍ରୀରାମ ନବମୀ ତିଥିରେ ମାଁ ଦୁର୍ଗାଦେବୀଙ୍କ ବାସନ୍ତିକ ଉତ୍ସବ ଅବସରରେ ଦୀପଦାନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ଗାପ୍ରସାଦ ବ୍ୟାୟାମଶାଳା, ରାଜଗୁରୁ ସାହି ଠାରେ ନିୟମିତ ପ୍ରତିବର୍ଷ ଦୁର୍ଗାପୂଜା କରୁଥିବା ସ୍ଥାନରେ ୧୨ ବର୍ଷକୁ ଥରେ ମାଁ ଦୁର୍ଗା ଦେବୀଙ୍କ ବାସନ୍ତିକ ପୂଜା ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଛି।
ଏହି ପୂଜା ୫ଦିନ ଧରି ଚାଲୁ ରହିବାକୁ ଥିବା ବେଳେ ଆଜି ଚତୁର୍ଥ ବାସନ୍ତିକ ଉତ୍ସବର ଚତୁର୍ଥ ଦିନ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପାରଳାଖେମୁଣ୍ଡି ସହର ବ୍ୟତୀତ ଆଖପାଖ ଅଞ୍ଚଳରୁ ଭକ୍ତ ଶ୍ରଦ୍ଧାଳୁ ଓ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ , ଅଭିଭାବକ ମାନେ ସାମିଲ ହୋଇ ମାଙ୍କ ଦର୍ଶନ କରି ଲୋକ କଲ୍ୟାଣ , ସମାଜରେ ସଦାଚାର ତଥା ସୁଖ ଓ ସମୃଦ୍ଧି ନିମନ୍ତେ ମାଁ ଙ୍କ ପାଖରେ ଦୀପଜାଳି ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.