ବାସୁଦେବପୁର/ପ୍ରତାପ ପାଢ଼ୀ: ବାସୁଦେବପୁର ସ୍ଥିତ ମହିଶା ପଦା ଠାରେ ପ୍ରସନ୍ନ ଦେବ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ରେ ଅନୁଷ୍ଟିତ ରାତ୍ର କାଳୀନ କ୍ରିକେଟ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ବିଜୁ ଯୁବ ଜନତା ଦଳ ର ନଗର୍ ସଭାପତି ମାନସ ରଞ୍ଜନ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶୁଭାରମ୍ଭ କରିଥିଲେ। ଅନୁଷ୍ଟିତ ଏହି ଦିବାରାତ୍ର କ୍ରିକେଟ ମ୍ୟାଚ୍ ରେ ଆଠ ଟି ଟିମ୍ ଭାଗ ନେଇ ଥିବାର ଜଣା ଯାଇଛି। ଫାଇନାଲ ଖେଳ ଟି ଏନ୍ ଆର୍ ଇଲେବେନ୍ ଓ ମାର୍କୋନା ଇଲେଭନ୍ ମଧ୍ୟ ରେ ଅନୁଷ୍ଟିତ ମ୍ୟାଚ୍ ରେ ମାର୍କୋନା ଇଲେଭେନ୍ ବିଜୟ ଲାଭ କରିଥିଲା। ବିଜୟୀ ଦଳ କୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ରନର୍ଷ ଅପ ଦଳ କୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଖେଳ ଟିକୁ ଦମ୍ବୁରୁ ଧର ଦାସ ଓ ସମ୍ବିତ ସେଠୀ ଆମ୍ପାୟର ଭାବେ ପରିଚାଳନା କରୁଥିଲେ। ପ୍ରସନ୍ନ ଦେବ କ୍ରିକେଟ୍ କ୍ଳବ୍ ର ସଦସ୍ୟ ପରେଶ୍ ଚଣ୍ଡ, ନରେନ୍ଦ୍ର ସେଠୀ, ବିଳ୍ପଵ ସେଠୀ, ଉଦୟ ବେହେରା, ଯାଜେଶ୍ ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.