ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରସୂତି କକ୍ଷ ଉଦଘାଟିତ ହୋଇଯାଇଛି।
ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରସୂତି କକ୍ଷକୁ ଉଦଘାଟନ କରିଥିଲେ।
ନୂତନ ଭାବେ ନିର୍ମିତ ଏହି ପ୍ରସୂତି କକ୍ଷ କାର୍ଯ୍ୟକ୍ଷମ ହେବା ଦ୍ୱାରା ଗାରାବନ୍ଧ ଓ ଲାବଣ୍ୟଗଡ଼ ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମର ଗର୍ଭବତୀ ମାଆ ମାନେ ବିଶେଷ ଭାବେ ଉପକୃତ ହେବେ।
ଏମିତି କି ଗର୍ଭବତୀ ମାଆ ମାନଙ୍କ ଏଠାରେ ରହିବା ବ୍ୟବସ୍ଥା ହୋଇଥିବା ସହ ଉପଯୁକ୍ତ ଚିକିତ୍ସା ମଧ୍ୟ ପାଇ ପାରିବେ ବୋଲି କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ ବିଡ଼ିଓ ଶ୍ରୀ ନୀଳମାଧବ ମାଝୀ , ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା: ପତିତ ପାବନ ବାରିକ , ଗାରବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡା: ପୂର୍ଣ୍ଣଚନ୍ଦ୍ର ପାତ୍ର , ବିପିଏମ ଶ୍ରୀ ଏମ: ଖଗେଶ୍ୱର , ଫାର୍ମାଶିଷ୍ଠ ଶ୍ରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ ଏବଂ ଅନ୍ୟ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.