ସାମ୍ବାଦିକଙ୍କ ଗୋଡ଼ରେ ବେଡି ପ୍ରତିବାଦରେ କଳାବ୍ୟାଜ ପରିଧାନ

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ନୀଳଗିରି ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୋଲିସ ଅଧିକାରୀଙ୍କ ଅମାନବୀୟ ମାନସିକ ନିର୍ଯାତନା ସହ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର ବେଡ଼ରେ ତାଙ୍କ ଗୋଡ଼ରେ ବେଡି ପକାଇବା ଘଟଣାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା। ଗଣତନ୍ତ୍ରର ୪ତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ଯଦି ପୋଲିସ ଏପରି ନିମ୍ନ ସ୍ତରକୁ ଯାଇପାରେ ଏହାଠାରୁ ଦୁର୍ଭାଗ୍ୟଜଣକ କଣ ହୋଇପାରେ।ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଓ ପ୍ରତିବାଦ କରି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବାରିକଙ୍କ ନେତୃତ୍ୱରେ ସମସ୍ତ ସାମ୍ବାଦିକ ମାନେ କଳାବ୍ୟାଜ ପରିଧାନ କରି ଅସ୍ତରଙ୍ଗ ବଜାର ପରିକ୍ରମା କରି ଜିଲ୍ଲା ପ୍ରଶାସନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ବିଶ୍ୱଶ୍ରୀ ବିଶ୍ୱ ରଞ୍ଜନ, ସମ୍ପାଦକ ଲୋକନାଥ ସ୍ଵାଇଁ, କୋଷାଧ୍ୟକ୍ଷ  ସମୀର କୁମାର କର, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ, ନିରଞ୍ଜନ ଦାସ, ଶରତ ପରିଡା, ଦିବ୍ୟଦର୍ଶୀ ବିଶ୍ବାଳ,ମାନସ ଖଣ୍ଡୁଆଳ ,ଅଶ୍ୱିନୀ ମହାନ୍ତି, ପ୍ରିୟବ୍ରତ ମୁଦୁଲି,ଆଦିତ୍ୟ ବିଶ୍ବାଳ,ମନୋଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.