ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ନିମନ୍ତେ ‘ମାଇଣ୍ଡ ୱାରସ୍‌’ ଦେବ ସହାୟତା

0

ଉପାଦେୟ ଜ୍ଞାନର ଭଣ୍ଡାର ଓ ପରିବେଶ ସୃଷ୍ଟି ସହ ପିଲାମାନଙ୍କ ମନରେ ଆଗ୍ରହ ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯିବ

ଭୁବନେଶ୍ୱର (ଶାସକ ପ୍ରଶାସକ) ; ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସର୍ବୋଚ୍ଚ ସଂସ୍ଥା, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ଏବଂ ଆମୋଦପ୍ରମୋଦ ନିମନ୍ତେ ପ୍ରତିଷ୍ଠା ଲାଭ କରିଥିବା ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଜ୍ଞାନର ବିକାଶ ନିମନ୍ତେ କାର୍ଯ୍ୟରତ ଭାରତର ଅଗ୍ରଣୀ ତଥା ସର୍ବବୃହତମ ସଂଗଠନ, ‘ମାଇଣ୍ଡ ୱାରସ’ ସହଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ବିକାଶ ନିମନ୍ତେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭାରତର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପ୍ରାୟ ୨୮୦୦୦ ବିଦ୍ୟାଳୟର ଦୁଇ କୋଟିରୁ ଅଧିକ ପିଲାଙ୍କ ନିକଟରେ ଏହି ‘ମାଇଣ୍ଡ ୱାରସ’ର ଶିକ୍ଷା କାର୍ଯ୍ୟକ୍ରମ ପହଞ୍ଚି ପାରିଛି । ଏହି ଅଗ୍ରଣୀ ଅନୁଷ୍ଠାନ ପିଲାମାନଙ୍କ ଜ୍ଞାନର ବିକାଶ ନିମନ୍ତେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ କରି ରାଜ୍ୟ ଏବଂ କେନ୍ଦ୍ରରେ ବ୍ୟାପକ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରି ପାରିଛି ।
ଉଭୟ ‘ଓସେପା’ ଏବଂ ‘ମାଇଣ୍ଡ ୱାରସ’ ସହଭାଗିତା ଓ ସହଯୋଗିତା ଆମ ରାଜ୍ୟର ହଜାର ହଜାର ପିଲାଙ୍କ ନିମନ୍ତେ ଏକ ବୃହତ୍‌ ସୁନ୍ଦର ଉପାଦେୟ ଜ୍ଞାନର ଭଣ୍ଡାର ଓ ପରିବେଶ ସୃଷ୍ଟି କରିବ ଏବଂ କୁଇଜ୍‌ ଓ ଅନ୍ୟାନ୍ୟ ପ୍ରତିଯୋଗିତା ନିମନ୍ତେ ପିଲାମାନଙ୍କ ମନରେ ଆଗ୍ରହ ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିପାରିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ମାଇଣ୍ଡ ୱାରସ’ ମାଗଣାରେ ଶିକ୍ଷା ଉପକରଣ ଡାଉନଲୋଡ କରିବାର ସୁଯୋଗ ପ୍ରଦାନ ସହିତ ପିଲାମାନଙ୍କୁ ପୁରସ୍କାର, ସାର୍ଟିଫିକେଟ ପ୍ରଭୃତି ପ୍ରଦାନ କରି ରାଜ୍ୟ ସ୍ତରରୁ ଜାତୀୟ ଏବଂ ଆନ୍ତର୍ଜାତିକସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।

 

 

Leave A Reply

Your email address will not be published.