ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

0

ବଡ଼ବିଲ (ଶାସକ ପ୍ରଶାସକ) ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ଥାନା ଅଧିକାରୀ ଦ୍ରୋପଦୀ ଦାସଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ କ୍ଲବ ତରଫରୁ ନିନ୍ଦା ପ୍ରକାଶ କରାଯାଇଛି। ସାମ୍ବାଦିକ ଲୋକନାଥଙ୍କୁ ଆତଙ୍କବାଦୀ ଅଥବା ହତ୍ୟା ଅଭିଯୁକ୍ତ ଆସାମୀ ଭଳି ବ୍ୟବହାର କରି ନୀଳଗିରି ପୁଲିସ ତାଙ୍କୁ ମାଡ଼ ମାରି ଆହତ କରି ଡାକ୍ତରଖାନାରେ ତାଙ୍କ ଗୋଡରେ ବେଡି ପକେଇବା ଘଟଣାକୁ ପ୍ରେସ କ୍ଲବ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏଥିସହିତ ସମ୍ପୃକ୍ତ ଅଧିକାରିଣୀଙ୍କୁ ଚାକିରୀରୁ ତୁରନ୍ତ ବହିଷ୍କାର କରାଯିବା ସହିତ ଘଟଣାର ଅନ୍ୟ ଅଭିଯୁକ୍ତ ପୁଲିସଙ୍କ ପ୍ରତି ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି। ବଡ଼ବିଲ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ବୈଠକରେ କ୍ଲବର ସଭାପତି ଦେବକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସଦସ୍ୟ ବଳରାମ ମହାନ୍ତି, ନିର୍ମଳ ପତି, ସୁବୋଧ ଦାସ, ଦେବପ୍ରିୟ ରଣା, ମଧୁସୂଦନ ସାହୁ, ଅଶୋକ ମହାନ୍ତ, ବାଦଲ ମହାନ୍ତ, ରଘୁନାଥ ସାହୁ, ଚିତ୍ତରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.