ସିମୁଳିଆ ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର

0

 ସିମୁଳିଆ (ଅକ୍ଷୟ କୁମାର ଜେନା) : ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଛି। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖା ନା ରେ ମଧ୍ୟ ତାଙ୍କ ଗୋଡ଼ ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ରେ ଏକ ନିନ୍ଦନୀୟ ଘଟଣା ବୋଲି ବିବେଚନା କରା ଯାଏ। ସାମ୍ୱାଦିକ ଟିଏ ଏଠି ସୁରକ୍ଷିତ ନୁହଁ ବୋଲି ସ୍ପଷ୍ଟ ପ୍ରମାଣିତ ହୁଏ। ନିଳଗିରି ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ବେଢ଼ି ପକାଇବା ଘଟଣା କୁ ନେଇ ସିମୁଳିଆ ସାମ୍ୱାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ନୀଳଗିରି ଆଇଆଇସି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ସିମୁଳିଆ ତହସିଲ୍ ଦାର୍ ଙ୍କ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରି ଙ୍କ ଉଦ୍ଦେଶ୍ୟ ରେ ଦୋଷୀ କୁ ଦଣ୍ଡ ଦେବା ପାଇଁ ଏକ ସ୍ମାରକୀ ପତ୍ର ଦିଆଗଲା। ଯଦି ଦୋଷୀ ଦଣ୍ଡ ନ ପାଏ ଆଗାମୀ ଦିନ ରେ ଏହା ଆନ୍ଦୋଳନ ରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.