ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ବାବାଜୀ ସ୍ୱାଇଁ ଓ ବଳରାମ ସ୍ବାଇଁ ଙ୍କ ଘରେ ସୋମବାର ଦିନ ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୪ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ଏହି ଖବର ପ୍ରସାର ହେବା ପରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଅଗ୍ନିବିପନ୍ନ ଙ୍କ ଘରେ ପହଞ୍ଚି ଜରିପାଲ, ଅତ୍ୟାବଶକୀୟ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ଓଝା ଙ୍କ ସହ ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ଜିଲ୍ଲାପରିଷଦ ବିପ୍ଳବ କାପ, ସମିତିସଭ୍ୟ ପ୍ରଦୋଷ ସାହୁ,ସମାଜସେବୀ ରାମଚନ୍ଦ୍ର ସାହୁ,ଜ୍ୟୋତିପ୍ରକାଶ ସ୍ୱାଇଁ, ବିନୋଦ ସାମଲ, ପ୍ରମୋଦ ସ୍ୱାଇଁ, ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ଙ୍କ ଏଭଳି ପଦକ୍ଷେପକୁ ସାଧାରଣ ରେ ଦୃଢ ପ୍ରଶଂସା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.