ଭୁବନେଶ୍ୱର: ଏଟଂର୍ପ୍ରେନ୍ୟୁଅରସିପ୍ ଡେଭେଲପ୍ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ସହଯୋଗରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଏମ୍ଏସ୍ଏମ୍ଇ ପ୍ରତିଦ୍ୱନ୍ଦ୍ୱିତା ଓ ଅଭିବୃଦ୍ଧି ସମ୍ପର୍କିତ ମେଗା ଆନ୍ତର୍ଜାତିକ ସମ୍ମିଳନୀକୁ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ନାରାୟଣ ରାଣେ ଉଦଘାଟନ କରିଥିବା ବେଳେ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ସମ୍ମାନିତ ଅତିିଥି ଭାବେ ଯୋଗ ଦେଇଥିଲେ ।
ଏହି ଦୁଇ ଦିନିଆ ସମ୍ମିଳନୀରେ ମାନସ ମନ୍ଥନ ଓ ପ୍ୟାନେଲ୍ ଆଲୋଚନା ଆୟୋଜନ କରାଯାଇଥିଲା । ଭାରତ ସମେତ ସିଙ୍ଗାପୁର୍, ପେରୁ, ଲାଓ ପିିଡିଆର୍, ର୍ୱାଣ୍ଡା, ମିଆଁମାର, ରୁଷ, ଉଜବେକିସ୍ତାନ୍, ସ୍ପେନ ଓ ଇରାନର ବକ୍ତା ଓ ବିଶେଷଜ୍ଞମାନଙ୍କ ସମେତ ଉଦ୍ୟୋଗୀ, ନୀତି ନିର୍ଧାରକ, ଶିଳ୍ପ ନେତୃତ୍ୱ, ଶିଳ୍ପ ଚାମ୍ବର୍, ଶିଳ୍ପ ସଂଘ, ଷ୍ଟାର୍ଟଅପ୍, ସାମାଜିକ ପ୍ରଭାବ ସୃଷ୍ଟିକାରୀ ସଂସ୍ଥା, ଏମ୍ଏସ୍ଏମ୍ଇ ଓ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରଥିଲେ । କୋଭିଡ୍-୧୯ ମହାମାରୀ ସମୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଲାଗି ସୃଷ୍ଟି ହୋଇଥିବା ଆହ୍ୱାନ ଓ ସୁଯୋଗ, ଏମ୍ଏସ୍ଏମ୍ଇରେ ଇନକୁବେସନ୍ ଓ ଆସେଲରେସନ୍, ଅନୁକୂଳ ନୀତିର ପ୍ରଭାବ, ଏମ୍ଏସ୍ଏମ୍ଇ ପ୍ରତିଦ୍ୱନ୍ଦ୍ୱିତାରେ ଅଣ-ଆର୍ଥିକ ବ୍ୟବସାୟ ବିକାଶ କାର୍ଯ୍ୟ ଓ ନିରନ୍ତରତା ହାସଲ କରିବା ଲାଗି ଏମ୍ଏସ୍ଏମ୍ଇଗୁଡ଼ିକ କିଭଳି ନିରନ୍ତରତା ହାସଲ କରିପାରିବେ ସେଭଳି ବହୁ ବିଷୟ ଉପରେ ବିଶେଷଜ୍ଞ ଓ ଅତିଥିମାନେ ଆଲୋଚନା କରିଥିଲେ ।
ଇରାନ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ସଂଗଠନର ସଭାପତି ଡକ୍ଟର ଗୋଲାମହୋସେନ୍ ହୋସେନେନିଆ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅଲ୍କା ଅରୋରା, ରୁଷିଆର ଜେନେରାଲ୍ ଅଫ୍ ସ୍କିଲ୍ସ ଡେଭେଲପ୍ମେଂଟ୍ ଏଜେନ୍ସିର ଡେପୁଟି ଡାଇରେକ୍ଟର୍ ଅଲିନା ଡୋସ୍କାନୋଭା, ନୂଆଦିଲ୍ଲୀର ନ୍ୟାସନାଲ୍ ରିସର୍ଚ ଡେଭେଲପ୍ମେଂଟ୍ କର୍ପୋରେସନ୍ ଅଧ୍ୟକ୍ଷ ଓ ପରିଚାଳନା ଅମିତ୍ ରସ୍ତୋଗୀ, ପେରୁର ଫ୍ୟୁଚର୍ ଷ୍ଟାର୍ଟଅପ୍ ହିରୋର ସିଇଓ ଅରୁରୋ କୋରାଲ ଆଲାମୋ, କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ୍ର ପ୍ରଫେସର୍ କେ ରଙ୍ଗରାଜନ ଓ ସ୍ପେନ୍ର ବରିଷ୍ଠ କନସଲଟାଂଟ୍ ପାଟ୍ରିସିଆ ରେମିରୋ ଭଳି ବକ୍ତା ଏଥିରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.