“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି।
ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳା ପ୍ରଦାନ କରିଥିଲେ। ପରେ ପାରଳାଖମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ରରେ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣଗ୍ରାହୀ ସଭାପତିତ୍ବ ଆସନ ଅଳଙ୍କୃତ କରି ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ଆକାଂକ୍ଷା ମହିଳା ସଂଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ବାଗତ ଜଣାଇବା ସହ ବଂନ୍ଦେ ଉତ୍କଳ ଜନନୀ ଗାନ କରି ଥିଲେ। ମହିଳା ବିଦ୍ୟାଳୟର ଅଧ୍ୟାପିକା ଡଃ.କଲ୍ୟାଣୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସେବନିବୃତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ପାରଳାଖମୁଣ୍ଡିର ପୂର୍ବ ପୁରୁଷମାନଙ୍କର ଗୌରୋବ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ଅନ୍ୟତମ ଅତିଥି ସିଦ୍ଧାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦିକା ଶ୍ରୀମତୀ ରୀତା ଚୌଧୁରୀ, ୟୁଟେକ କମ୍ପ୍ୟୁଟର ସେଣ୍ଟର୍ ର ନିର୍ଦେଶକ ଶ୍ରୀ ଲୋକନାଥ ମିଶ୍ର ଯୋଗ ଦେଇ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵତନ୍ତ୍ର ଉତ୍କଳ ଗଠନ ସଂପର୍କରେ ବୁଝାଇଥିଲେ। ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଉତ୍କଳ ସମ୍ମଳନୀର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଶିକ୍ଷକ ଶ୍ରୀ ତ୍ରୀପତି ପଣ୍ଡା ଛାତ୍ର ଛାତ୍ରୀଙ୍କ ବହୁମୁଖୀ ବା ସମଗ୍ରୀକ ଶିକ୍ଷା ଉପରେ ବୁଝାଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ଗଜପତି ମହାରାଜାଙ୍କ ତ୍ୟାଗ ସମ୍ପର୍କରେ ବୁଝାଇଥିଲେ। ପରେ ଛାତ୍ର ଛାତ୍ରୀଙ୍କ ଭିତରେ ଦେଶାତ୍ମପ୍ରିତି ବଢ଼ାଇବା ସକାଶେ ଦେଶାତ୍ମବୋଧକ ସଙ୍ଗୀତ ଗାନର ପ୍ରତିଯୋଗିତା କରାଯାଇଥିଲା।

Leave A Reply

Your email address will not be published.