ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡ଼ା ସ୍ଥିତ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନସ୍ଥ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ପରୀକ୍ଷା ପେ ଚର୍ଚ୍ଚା ” କାର୍ଯ୍ୟକ୍ରମ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟାକ୍ଷା ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।
ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି “ପରୀକ୍ଷା ପେ ଚର୍ଚ୍ଚା ” ୫ ମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶର ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ସହ ପରୀକ୍ଷା ଉପରେ ଚର୍ଚ୍ଚା କରିବା ସହ ଏ ଦିଗରେ ସେମାନଙ୍କୁ ପରୀକ୍ଷା ସମୟରେ କୌଣସି ପ୍ରକାର ଭୟଭୀତ କି ଚାପ ନ ହେବାକୁ କହି ଚାପମୁକ୍ତ ପରୀକ୍ଷା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ବାନ କରିଥିଲେ।
ଯୁବ ପିଢିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପୂର୍ବରୁ ଭୟଭୀତ ନ ହେବା ଏବଂ ଚାପମୁକ୍ତ କରିବା ଦିଗରେ ମାର୍ଗା ଦର୍ଶନ କରିଥିଲେ।
ଏ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ହର୍ଷବର୍ଦ୍ଧନ ସାମାଳ , ଦେବାର୍ଚ୍ଚନ ନାୟକ ଓ ଇଶାରାଣୀ ମିଶାଲ ପ୍ରମୁଖ ଏହି କାର୍ଯ୍ୟକ୍ରମରୁ ଆମକୁ ଅନେକ ପ୍ରେରଣା ମିଳିଛି। ପରୀକ୍ଷା ଦେବା ପୂର୍ବରୁ ଆମକୁ ଯେଉଁ ଭୟ ଓ ଚାପ ରହୁଥିଲା , ଏଣିକି ତାହା ଦୂର ହୋଇଯାଇଛି ବୋଲି କହିଥିଲେ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ।
ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟାକ୍ଷା ଶ୍ରୀ ପ୍ରଦୀପ କୁମାର ପଣ୍ଡା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିଆଁ ଯାଇଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଦେଖି ଛାତ୍ରଛାତ୍ରୀ ଅଧିକ ପ୍ରୋତ୍ସାହନ ଓ ପ୍ରେରଣା ପାଇ ପରୀକ୍ଷା ଦେବା ବେଳେ ଭୟ ନ ହୋଇ ଚାପମୁକ୍ତର ସଫଳ ମନ୍ତ୍ର ପାଇଲେ ଏବଂ ସେମାନଙ୍କ ଏକ ଆତ୍ମବିଶ୍ୱାସ ବଢ଼ାଇଛି ନିଶ୍ଚିତ ଭାବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୫୬୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.