ପବିତ୍ର ଉତ୍କଳ ଦିବସ ଉତ୍ସବ ଅବସରରେ ମିଡିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ।

0

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ଅଗ୍ରଣୀ ସ୍ୱେଚ୍ଛାସେବୀ ସାମ୍ୱାଦିକ ସଂଗଠନ ମିଡିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ରନାଥ ରାଉତଙ୍କ ଅଧକ୍ଷତାରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି  ପି.ପି କଲେଜ ଛକ ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଜଳଛତ୍ର କାର୍ଯ୍ୟକ୍ରମ ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦେଶ୍ୟ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏକ ମହତ ସ୍ୱେଚ୍ଛାସେବୀ ଚିନ୍ତାଧାରା ଲକ୍ଷ୍ୟ ନେଇ ମିଡିଆ ବ୍ରଦର୍ସ ତରଫରୁ ବାଟୋଇ ଭାଇ ଭଉଣୀ ମାନଙ୍କ ତୁସାର୍ତ୍ତ ମେଣ୍ଟାଇବା ପାଇଁ ଦହି କାଗାଜି ପାଣି ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ କୁ ପ୍ରଥମ ଦିନରେ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ,ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ,ବଡ଼ଖୀର ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ସମିତିସଭ୍ୟ ପ୍ରଦୋଷ ସାହୁ, ରାଜେଶ କୁମାର ବେହେରା ,ଇଂ ପତିତପାବନ ସ୍ୱାଇଁ ,ଅଶୋକ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ସମସ୍ତ ଜନସାଧରଣ ଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଡିଆ ବ୍ରଦର୍ଶ ର ସଭ୍ୟ ସାମ୍ୱାଦିକ ରମେଶ ଚନ୍ଦ୍ର ଜେନା, ଅମିତାଭ ମହାପାତ୍ର, ଇଜାଜ ଖାଁ,ପ୍ରଫୁଲ୍ଲ କୁମାର ମହାପାତ୍ର, ଜଗନ୍ନାଥ ପଣ୍ଡା, ପ୍ରତାପ ଶତପଥୀ, ମନୋରଞ୍ଜନ ଭୂୟାଁ, ରଞ୍ଜିତ ମଲିକ, ପ୍ରକାଶ ଚନ୍ଦ୍ର ରାଉଳ, ସତ୍ୟଜିତ ମହାପାତ୍ର, ଦେବେନ୍ଦ୍ର ଷଡ଼ଙ୍ଗୀ, ପ୍ରମୋଦ ସ୍ୱାଇଁ, ନିର୍ମଳ ଚନ୍ଦ୍ର ପଢିହାରି, ସତ୍ୟପ୍ରକାଶ ସ୍ୱାଇଁ, ସ୍ୱେଚ୍ଛାସେବୀ ବଳଦେବାନନ୍ଦ ଦାସ,ହିମାଂଶୁ ଶେଖର ଦାସ, ସୟଦ ମହମଦ ଗୁଫ୍ରାନ ପ୍ରମୁଖ ଙ୍କ ସମେତ ସାଧାରଣଜନତା ବହୁ ସଂଖ୍ୟାରେ ଯୋଗଦାନ କରି ସମ୍ପୂର୍ଣ ସହଯୋଗ କରିଥିଲେ । ତେବେ ମିଡିଆ ବ୍ରଦର୍ଶ ନିଶ୍ଚିନ୍ତକୋଇଲି ତରଫରୁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହିଭଳି ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ଯୁବକ ଭାଇମାନେ ଗଭୀର ପ୍ରଶଂସା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲୁରହିବ ବୋଲି ସାମ୍ୱାଦିକ ସଂଘ ମିଡିଆ ବ୍ରଦର୍ଶ ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.