ମେଲଛାମୁଣ୍ଡା, (ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ୨୦୨୧-୨୨ ବର୍ଷ ପାଇଁ ଜିଲ୍ଳା ସ୍ତରରେ “କାୟାକଳ୍ପ” ପୁରସ୍କାରରେ ପୁରସ୍କୃତ ହେବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ଜିଲ୍ଳା ସ୍ତରରେ ପୁରସ୍କୃତ ହେବା ଖବର ପାଇ ବିଭାଗୀୟ କର୍ମଚାରୀ ଏବଂ ବୁଦ୍ଧିଜୀବି ମହଳରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶଯୋଗ୍ୟ ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଗୁଣାତ୍ମକ ମାନବୃଦ୍ଧି, ଉନ୍ନତମାନର ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସଂକ୍ରମଣ ନିୟନ୍ତ୍ରଣ, ବର୍ଯ୍ୟବସ୍ତୁ ପରିଚାଳନା, ପରିମଳ ପ୍ରୋତ୍ସାହନ, ଉନ୍ନତ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସୌନ୍ଦର୍ଯ୍ୟକରଣ ଆଦି ବ୍ୟବସ୍ଥାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଉଚ୍ଚସ୍ତରୀୟ ଅନୁଧ୍ୟାନରେ ମେଲଛାମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ସବୁ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଜିଲ୍ଳାରେ ପ୍ରଥମସ୍ଥାନ ଅଧିକାର କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି । ଏହି ସଫଳତା ପଛରେ ଆୟୁଷ ଡାକ୍ତର ଦେବାଶିଷ ରଥଙ୍କ ପ୍ରତକ୍ଷ ତତ୍ୱାବଧାନ ଓ ନିଷ୍ଠାପର ଉଦ୍ୟମ ତଥା ଜମଳା ଗୋଷ୍ଠିକେନ୍ଦ୍ର ଅଧିକାରୀ ଡା. ତ୍ୟାଗରାଜ ସିଂ, ବିପିଏମ ବିଜୟ ସରାଫ, ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଅଧିକରୀ ଡା. ଆଦିତ୍ୟ ଭୋଇ, ଫର୍ମାଶିଷ୍ଟ ସୋମନାଥ ମେହେର, ଷ୍ଟାପନର୍ସ ଦେବକୀ ସେଠ, ଉପେନ୍ଦ୍ର ସାହୁ, ଉଦିତ ପଟେଲ, ଉତମ କଲେତ ଓ ଅହଲ୍ୟା କଲେତଙ୍କ ସହଯୋଗ ଯୋଗୁ ଜିଲ୍ଳାସ୍ତରରେ କାୟାକଳ୍ପ ପୁରସ୍କାର ଆଣିବାରେ ସଫଳ ହୋଇଛୁ ବୋଲି ଡା. ଦେବାଶିଷ ରଥ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.