ସୁଵର୍ଣପୁର/ପ୍ରକାଶ ହାତୀ: ସୋନପୁର ଜିଲ୍ଲାଶିଶୁ ବିଭାଗ ଦ୍ଵାରା ଆୟୋଜିତ ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀଙ୍କ ଶିଶୁ ଆଇନ ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୋଲିସ ଅଧିକାରୀ ମାନଙ୍କୁ ଶିଶୁ କେନ୍ଦ୍ରିକ ଯନ୍ତ୍ର ଓ ସୁରକ୍ଷା ସୁରକ୍ଷା ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୋଲିସ ଅଧିକାରୀ ମାନଙ୍କୁ ଲୋକଙ୍କୁ ଜନ ମଙ୍ଗଳ ସେବା ଯୋଗାଇ ଦେବା ନିମନ୍ତେ ଆନ୍ତରିକ ମନଭାଵ ରଖିବାକୁ ପରାମର୍ଶ ଦେଇଥିଲେ । ଶିଶୁ ସୁଲଭ ଥାନା ପ୍ରତିଷ୍ଠା ତଥା ଶିଶୁ ମାନଙ୍କ ଆଇନ କୁ କଡା କଡୀ ଲାଗୁ କରିବାକୁ କହିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ। ଶ୍ରୀ ଦାସ ପି ପି ଟି ମାଧ୍ୟମ ରେ କିଶୋର ଆଇନ ଓ ଶିଶୁ ଯୌନ ନିର୍ଯାତନା ଆଇନ ରେ ପୋଲିସ ର ଦାୟିତ୍ୱ ଭୂମିକା ଉପରେ ଉପସ୍ଥାପନା କରିଥିଲେ।ଅନ୍ୟତମ ସମ୍ମନିତ ଅତିଥି ସ୍ୱତନ୍ତ୍ର ପସ୍କୋ ଆଇନଜୀବି ଦଶରଥ ମହାଣା ପସ୍କୋ ଆଇନ ର ସଂଶୋଧନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।କାରାଗାର ବିଶେଷଜ୍ଞ ପରିଦର୍ଶନ କମିଟି ର ସଦସ୍ୟ ପ୍ରଫେସର ନିଲମ୍ବର ଶତପଥୀ ଶିଶୁ ମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଥିଲେ।ଶିଶୁ ମଙ୍ଗଳ କମିଟି ସଭ୍ୟ ମଧୁସୂଦନ ପଧାନ ଶିଶୁ ଯୌନ ନିର୍ଯାତନା ରେ ଶିଶୁ ତଥ୍ୟ କୁ ତର୍ଯ୍ୟମା କରାଯାଇ ପଦକ୍ଷେପ ନେବା କୁ ବୁଝାଇଥିଲେ।ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପଧାନ ବାଲ୍ୟ ବିବାହ ଆଇନ ର ବିଭିନ୍ନ ଦିଗ ବିଷୟ ରେ ଉପସ୍ଥାପନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରୀମାଣି ହାସଦା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡିଏସପି ଏଚ ଆର ପି ପି – କେ, ଜିଶା ତଥା ତରଭା ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ,ଅନିତା କେଡୋ, ବିଏସ ଯାଦବ ଯୋଗଦାନ କରିଥିଲେ। ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ପ୍ରମୁଖ, ଚାଇଲଡ଼ ଲାଇନ, ସଖି କାର୍ଯ୍ୟକର୍ତା ପ୍ରଭତି ଉପସ୍ଥିତ ଥିଲେ। ଆଇନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ- କେଶବ ଚନ୍ଦ୍ର ମେହେର ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟାଳୟ ର ସ୍ୱାଗତରାଜ ମିଶ୍ର, ଥବିର କାଳସାଏ, ବିଶ୍ୱେସ୍ୱର ହୋତା, ସରିତା ସୁନା,ଚୌବନ ସେଠି, ରୁଦ୍ର ମିଶ୍ର, ପ୍ରସାନ୍ତ ମହାକୁଡ଼ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post