ବୁଗୁଡା 🙁 ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକର ଦୁଇ ଜଣ ପ୍ରାଥମିକ ଶିକ୍ଷକ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିଥିବା ଦୁଇ ଜଣ ସହକାରୀ ଶିକ୍ଷକ ହେଲେ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମଣ କୁମାର ଜେନା ଓ ଚକରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ରବୀନ୍ଦ୍ର କୁମାର ଷଡ଼ଙ୍ଗୀ। ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଭୟେ ଛତ୍ରପୁର ବୈଠକରେ ଯୋଗଦେବାକୁ ଚାଲିଯାଇଥିବା ବେଳେ ବୁଗୁଡା ବିଇଓ ଅଫିସ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ ଉଭୟ ସହକାରୀ ଶିକ୍ଷକ ଲକ୍ଷ୍ମଣ କୁମାର ଜେନା ଓ ରବୀନ୍ଦ୍ର କୁମାର ଷଡ଼ଙ୍ଗୀଙ୍କୁ ଅବସର କାଳୀନ ପତ୍ର ଓ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଫିରର କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକ, ଦୁର୍ଗା ପ୍ରସାଦ ଓ ଯୁଗଳ ବେହେରା ଉପସ୍ଥିତ ଥିଲେ। ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ବିଦ୍ୟାଳୟ ପକ୍ଷରୁ ଲକ୍ଷ୍ମଣ କୁମାର ଜେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ଚକରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ବିଦ୍ୟାଳୟ ପକ୍ଷରୁ ରବୀନ୍ଦ୍ର କୁମାର ଷଡ଼ଙ୍ଗୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.