ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ପ୍ଳାଷ୍ଟିକ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ରଚନା, କୁଇଜ୍,ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନେ ପରିବେଶ କୁ ପ୍ଳାଷ୍ଟିକ ମୁକ୍ତ କରନ୍ତୁ ଏବଂ ଶକ୍ତି ସଂରକ୍ଷଣ କରନ୍ତୁ ବୋଲି ଶ୍ଳୋଗାନ ଦେଇ ହାତରେ ବେନର ଧରି ଗୁଦେରପାଲି ଗାଁ ରେ ଏକ ରେଲି କରିଥିଲେ।ବିଜ୍ଞାନ ଶିକ୍ଷକ ଚନ୍ଦ୍ର ମଣି ସାହୁ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ର ଛାତ୍ରୀ ଙ୍କୁ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ଯୋଗଦେଇ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.