କିଶୋର କିଶୋରୀ ଙ୍କୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ

0

ନୟାଗଡ (ବିଶ୍ୱଜିତ ନାୟକ) -ତା ୨୯ ମାର୍ଚ ୨୦୨୨ ରେ ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀ ଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯକ୍ରମ ଜରିଆରେ କିଶୋର କିଶୋରୀଙ୍କ ନିମନ୍ତେ ବିଭିନ୍ନ ବିଭାଗ ପକ୍ଷ ତରଫରୁ ଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା। ବିଶେଷଭାବରେ ଆଦ୍ଵିକା କାର୍ଯକ୍ରମ, ଆଶୀର୍ବାଦ ଯୋଜନା, ଦୀନଦୟାଲ ଉପଧାୟ ଗ୍ରାମୀଣ କୌଶଳ ଯୋଜନା , ଜୀବନ କୌଶଳଶିକ୍ଷା ,ଆର୍ଥିକ ସ୍ବାକ୍ଷରତା ଉପରେ ବିଶେଷ ଭାବରେ ଗୁରୁତ୍ଵାରୋପ କରାଯାଇଥିଲା। କିଶୋର କିଶୋରୀ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡଜେନା,ଏସ ଡେପୁଟି ସିଇଓ- ଓରମାସ ଶ୍ରୀ ପ୍ରବିନ କୁମାର ଝା, ସ୍କିଲ କୋଡିନେଟର- କେଲୁଚରଣ ସେଠି, ଜିଲ୍ଲା ଶିଶୁ ମଙ୍ଗଲ ସମିତି ସଦସ୍ୟା- ଶ୍ରୀମତୀ ମଧୁସ୍ମିତା ମହାପାତ୍ର, , ଜିଲ୍ଲା କର୍ମନିଯୁକ୍ତି ସ୍କିଲ କୋଡିନେଟର- ରୀତାଞ୍ଜଳି ପ୍ରଧାନ, ପିଓ ଆଇ ସି- ସତ୍ୟ ରଞ୍ଜନ ଦାଶ ଆଦି ଉପସ୍ଥିତ ଥିଲେ। କାର୍ଯକ୍ରମ ଟିକୁ ଏକ୍ସୋନେଡ ର ଜିଲ୍ଲାପରାମର୍ଶ ଦାତ୍ରୀ ଇପ୍ସିତା ଅଗ୍ରୱାଲ ସଂଯୋଜନା କରିଥିଲେ।

Leave A Reply

Your email address will not be published.