ପୂର୍ବତଟ ରେଳପଥ ଜି.ଏମ.ଙ୍କ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ସଂଗଠନ ତରଫରୁ ଦାବି ପତ୍ର।

0

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : ସମଗ୍ର ଦେଶ ତୁଳନାରେ କେନ୍ଦୁଝର ଜିଲା ରୁ ଲୌହ ପଥର ପରିବହନ କରି ଭାରତୀୟ ରେଳ ବିପୁଳ ରାଜସ୍ବ ଆୟ କରୁଥିଲେ ମଧ୍ୟ କେନ୍ଦୁଝର ବାସୀଙ୍କୁ ସର୍ବଦା ରେଳ ସେବାଯୋଗାଇବା କ୍ଷେତ୍ରରେ ଅବହେଳା କରି ଆସୁଛି। ରେଳସେବା କ୍ଷେତ୍ରରେ କେନ୍ଦୁଝର ବାସୀଙ୍କ ସୁବିଧାପାଇଁ ସୁକିନ୍ଦା-ଯାଜପୁର ରୋଡ଼ ବାଇପାସ ଲାଇନ ସମ୍ପୂର୍ଣ୍ଣ ହୋଇଥିବାରୁ କେନ୍ଦୁଝର – କଲିକତା ଦୈନିକ ରେଳ ଚଳାଚଳର ବ୍ୟବସ୍ତା କରାଯିବା,ଟାଟା ବିଶାଖାପାଟଣା ସପ୍ତାହକୁ ଥରେ ପରିବର୍ତେ ଦୈନିକ ଚଳାଚଳର ବ୍ୟବସ୍ତା, ଭୁବନେଶ୍ୱର- କେନ୍ଦୁଝର ନୂଆଦିଲ୍ଲୀ ଯାତ୍ରୀବାହୀ ଟ୍ରେନ ର ବ୍ୟବସ୍ତା କରିବା, ରେଳ ଷ୍ଟେସନରେ ସିସି ଟିଭି ଓ ଏଟିଏମ ର ବ୍ୟବସ୍ତା କରାଯିବା,କେନ୍ଦୁଝର ରେଳ ଷ୍ଟେସନ ପରିସରରେ ସଂରକ୍ଷିତ ଟିକେଟ କାଉଣ୍ଟର ବ୍ୟବସ୍ତା କରିବା, ବାଉଁସପାଣି- ବଡ଼ବିଲ ରେଳ ଲାଇନ ସଂଯୋଗ କରାଯିବା,ଜେନ୍ଦୁଝର- ଯାଜପୁରରୋଡ଼ ଦେଇ ଦୈନିକ ୩ଥର ମେମୁ ଟ୍ରେନ ଚଳାଚଳ କରାଯିବା,କେନ୍ଦୁଝରଗଡ଼ରେ କୋଚିଂ ଟ୍ରେନକୁ ଉତମ ଜଳ ଯୋଗାଣ ସହିତ CNW STAFF ନିଟଜିତ କରି କେନ୍ଦୁଝର ଷ୍ଟେସନ ରେ ଏକ କୋଚିଂ କ୍ରୁ ବେସ ର ବ୍ୟବସ୍ତା କରାଯିବା ସହିତ ୧୩ ନମ୍ବର ଏଲ.ସି. ଗେଟ ଠାରୁ ୧୪ ନମ୍ବର ଏଲ.ସି. ଗେଟ ପର୍ଯ୍ୟନ୍ତ ରେଳ ଲାଇନ କୋଡ଼ରେ ପିଚୁ ରାସ୍ତା ନିର୍ମାଣ କରି ରେଳ ଷ୍ଟେସନ କୁ ମେଡିକାଲ କଲେଜ ସହିତ ରାସ୍ତା ସଂଯୋଗ କରିବା ପାଇଁ ଜି.ଏମ.ଙ୍କ କେନ୍ଦୁଝର ଗ୍ରସ୍ତ ଅବସରରେ କେନ୍ଦୁଝର ଜିଲ୍ଲାର ଜନସାଧାରଣ ଓ ବିଭିନ୍ନ ସଂଗଠନ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଥିବାବେଳେ ରେଲୱେ କଲୋନୀ ତରଫରୁ ରେଳବାଇ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା, ପାର୍କରେ ଭାଙ୍ଗିଯାଇଥିବା ଦଳି ଓ ଅନ୍ୟାନ୍ୟ କ୍ରୀଡା ଉପକରଣ ଗୁଡିକର ମରାମତି କରିବା କରିବା ସହିତ ଟିଆର ଡି କଲୋନୀ ନିକଟରେ ନୁର୍ତନ ପାର୍କ ନିର୍ମାଣ ଓ ପିଲାଙ୍କ ପାଠପଢା ପାଇଁ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ଦାବି କରିଥିବା ଜଣା ପଡ଼ିଛି।

Leave A Reply

Your email address will not be published.