ଭଦ୍ରକ(ସୀତାକାନ୍ତ ପାଢ଼ୀ)- ସବୁ ହିସାବକୁ ଭୁଲ ପ୍ରମାଣିତ କରି ଭଦ୍ରକ ପୌରପରିଷଦର ଅଧ୍ୟକ୍ଷ ପଦ କହି କହି ହାତେଇ ନେଇଛନ୍ତି ସ୍ବାଧିନ ପାର୍ଥିନୀ ଗୁଲମୁକି ଦଲାଉଜି ହବିବ | ସମସ୍ତ ରାଜନୈତିକ ଦଳର ରାଜନୀତି ଓ ରଣନୀତିକୁ ଲାଗିଛି ଶକ୍ତ ଚଟକଣା |
ଭଦ୍ରକ ପୌରପରିଷଦ ନିର୍ବାଚନ ପାଇଁ ଜେଉ ଭୋଟ ଗ୍ରହଣ ହୋଇଥିଲା ଆଜି ତାର ଭୋଟ ଗଣତି ହେଇଥିଲା | ଏଥିପାଇ ଭଦ୍ରକ ଜିଲ୍ଲାସ୍କୁଲ୍ ପରିସରରେ ଗଣତି କେନ୍ଦ୍ର ହେଇଥିଲା।୩୦ ଗୋଟି ୱାର୍ଡ କୁ ନେଇ ଗଠିତ ଭଦ୍ରକ ପୌର୍ପରିଷଦରେ ୨୯ଟି ୱାର୍ଡ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ଆଜି ଯେଉଁ ଭୋଟ ଗଣତି ହୋଇଥିଲା ସେଥିରେ ବିଜେଡି ୧୭ ଗୋଟି ୱାର୍ଡ ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ ଗୋଟି ୱାର୍ଡରେ ଏବଂ ସ୍ବାଧିନ ପ୍ରାର୍ଥୀ ୫ ଗୋଟି ୱାର୍ଡରେ ଓ ବିଜେପି ୧ ଗୋଟି ୱାର୍ଡରେ କାଉସିଲର ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଅଧ୍ୟକ୍ଷା ଭାବେ ସ୍ବାଧିନ ପାର୍ଥିନୀ ଗୁଲମୁକି ଦଲାଉଜି ହବିବ ବିଜୟ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ର ଅଧକ୍ଷା ପର୍ଥିନୀ ସମିତା ମିଶ୍ରକୁ ୩୨୫୬ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ବିଜୟୀ ପରେ ସ୍ବାଧିନ ପ୍ରାର୍ଥୀନୀ ନିରାଡ଼ମ୍ବର ଭାବେ ବିଜୟ ଉତ୍ସବ ପାଳନ କରିଛନ୍ତି। ଭଦ୍ରକ ସହରରେ ୧୪୪ ଧାରା ଜାରୀ କରାଯାଇଥିବାରୁ କୌଣଷି ବିଜୟୀ ଶୋଭାଯାତ୍ରା ବାହାରି ନାହିଁ | ତେବେ ବିଜୟୀ ଅଧକ୍ଷା ଗୁଲମୁକି କହିଛନ୍ତି ଯେ ଏହି ବିଜୟ ୩୦ ଗୋଟି ୱାର୍ଡବାସୀଙ୍କର ବିଜୟ | ଭଦ୍ରକ ସହରବାସୀ ତାଙ୍କୁ ଯେଉଁ ଆଶା, ବିଶ୍ବାସ ,ଭରସା ରଖି ବିଜୟୀ କରାଇଛନ୍ତି ସେ ନିଶ୍ଚିତ ସେ ଆଶାକୁ ପୂରଣ କରିବେ ଓ ଭାଇଚାରା ରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.