ରାୟଗଡ ମ୍ୟୁନିସିପାଲିଟି : ପୋଛିନେଲା ବିଜେଡି, ବିଜେଡିର ଶ୍ରୀ ପି. ମହେଶ ପଟ୍ଟନାୟକ ଅଧ୍ୟକ୍ଷ

0

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ମ୍ୟୁନିସିପାଲିଟି ନିର୍ବାଚନରେ ପୋଛିନେଲା ବିଜେଡି । ବିଜେଡି ଆଗରେ ଅନ୍ୟସବୁ ଦଳ ଚିତପଟାଙ୍ଗ । ରାୟଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଭାବେ ବିଜେଡିର ପ୍ରାର୍ଥୀ ଶ୍ରୀ ପି. ମହେଶ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପଦ୍ମନାଭ ଦାସଙ୍କ ଠାରୁ ୬୨୪୩ ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଛନ୍ତି ।

ଏହାସହ ୨୪ ଗୋଟି ୱାର୍ଡ କାଉନସିଲରଙ୍କ ମଧ୍ୟରେ ୨୧ ଗୋଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ ଗୋଟି ୱାର୍ଡରେ ବିଜେପି ପ୍ରାର୍ଥୀ ଓ ୧ ଗୋଟି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯଥା ୱାର୍ଡ ନଂ ୧ ରେ ବସନ୍ତି ବେହେରା, ୨ ରେ ମମତା ମାଣ୍ଡାଙ୍ଗି (ନିର୍ଦ୍ୱନ୍ଦ), ୩ ରେ ଶୁଭ୍ରା ପଣ୍ଡା, ୪ ରେ ସୁକାନ୍ତ ପରିଡା, ୫ ରେ ଶୁଣ୍ଢି ସୁମିତ, ୬ ରେ କାଳୀଦାସ ମାଣ୍ଡାଙ୍ଗି, ୭ ରେ ବି. ଜଗନ ମୋହନ ରାଓ, ୮ ରେ ମଞ୍ଜୁଳା ମିଣିଆକ (ବିଜେପି), ୯ ରେ ଗୋପୀନାଥ ଗୌଡ଼, ୧୦ ରେ କମଳାକାନ୍ତ ମାଝୀ, ୧୧ ରେ ସରଜିନି ଖୋସଲା, ୧୨ ରେ ଏ. ଭାଣିଶ୍ରୀ (ବିଜେପି), ୧୩ ରେ ପ୍ରତିମା କୁମାରୀ ପାଣିଗ୍ରାହୀ, ୧୪ ରେ ପାଲାକୋଣ୍ଡା ମମିତା, ୧୫ ରେ ସନ୍ତୋଷ କୁମାର ଦଳାଇ, ୧୬ ରେ ଶ୍ରମିତା ପାଢ଼ୀ, ୧୭ ରେ ଏମ. ଶ୍ରୀନିବାସ ରାଓ, 18 ରେ ବି. ରାମାଣା, ୧୯ ରେ ଅଭି କୁମାର ନାଚିକା, ୨୦ ରେ ଏମ. ମାଙ୍ଗାମା, ୨୧ ରେ ପି. ରୋଜା, ୨୨ ରେ ପ୍ରାଚୁରି ରବି, ୨୩ ରେ ସି. ଏଚ. ଗୌରୀ ଓ ୨୪ ନଂ ୱାର୍ଡରେ ରାଜୀବ ଖୋସଲା (କଂଗ୍ରେସ) ବିଜୟୀ ହୋଇଛନ୍ତି ।

ସେହିଭଳି ଗୁଣୁପୁର ପୌରପାଳିକାରେ ପୂର୍ବତନ ଏନଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଧର୍ମପତ୍ନୀ ମମତା ଗୌଡ଼ (ସ୍ବାଧୀନ) ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସଂଞ୍ଜୁକ୍ତା ସାହୁ (ବିଜେଡି)ଙ୍କ ଠାରୁ ୪୨୪୭ ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଛନ୍ତି । ଗୁଣୁପୁର ପୌରପାଳିକାରେ ଥିବା 19 ଗୋଟି ୱାର୍ଡ ମଧ୍ୟରେ ବିଜେଡି ୮ ଗୋଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ୧୧ ଗୋଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

 

Leave A Reply

Your email address will not be published.