ଭୁବନେଶ୍ୱର – ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କିଛି ଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା । ଏହି ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଇଥିଲା । ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥିଲା । ପୋଲିସ ପ୍ରଶାସନ ନିଜ ଆଡ଼ୁ ଏଫଆଇଆର୍ ରୁଜୁ କରିଥିଲେ । ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏହି ଏଫଆଇଆରରେ ଉଲ୍ଲେଖ ରହିଛି । ପୋଲିସର ଏହି କାର୍ଯ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ । ଓଡ଼ିଶାର ପୋଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।
ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରଙ୍କ ଛତ୍ରଛାୟାରେ ପ୍ରତିଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟୁଛି, ଠିକ୍ ସେହିପରି ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ନୟାଗଡ଼ର ଯୁବକ ମାନସର ରହସ୍ୟଜନକ ହତ୍ୟା, ହିଞ୍ଜିଳି ରାଜରାସ୍ତାରେ ନିର୍ମମ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି, ଯାହା ଉଦବେଗର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.