ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଲ୍ଲେଖିତ ସ୍ମୃତିଚାରଣ ସଭାରେ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ପାରଳାଖେମୁଣ୍ଡି ତଥା ଗଜପତି ମାଟିର ମହତ୍ୱ ପାଇଁ ଗର୍ବ ଅନୁଭବ କରୁଛେ । ଏଠାକାର ସ୍ୱତନ୍ତ୍ର ସେନାନୀ ମାନଙ୍କ ଦେଶ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମୀକା ଯୋଗୁଁ ମହାତ୍ମା ଗାନ୍ଧୀଜୀଙ୍କ ପରି ଯୁଗଜନ୍ମା ପୁରୁଷ ଆଗମନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆମ୍ଭେ ତାଙ୍କୁ ମନେପକାଇବା ସହ ତାଙ୍କ ପଦାଙ୍କ ଅନୁସରରଣ କଲେ ଦେଶ ତଥା ଜାତି ଆହୁରି ଆଗେଇ ପାରିବ ବୋଲି କହିଥିଲେ ।
ଏହି ଅବସରରେ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ଜଗଦୀଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଅହିଂସା ନୀତୀର ସ୍ମୃତିଚାରଣ ବକ୍ତବ୍ୟ ରଖିଥିଲେ।
ଏହା ସହ ଗାନ୍ଧୀଜୀ ୧୯୨୧ ମାର୍ଚ୍ଚ ଶେଷ ସପ୍ତାହରେ ପାରଳାଖେମୁଣ୍ଡି ଆଗମନ ସମୟରେ ସ୍ଥାନୀୟ ଗୋପାଳ କୃଷ୍ଣ ପାଠାଗାରେ ଠାରେ ହୋଇଥିବା ସଭା କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ହେଲେ ଗାନ୍ଧିଜୀ ଯୋଗଦେଇଥିବା ସଭା ସମୟରେ ସ୍ମୃତି ଉଦ୍ଦେଶ୍ୟରେ ଏକାଦଶବ୍ରତ ପଥର ରହିଥିଲା । ଏହି ପଥରକୁ ପୌରପରିଷଦ କାର୍ଯ୍ୟାଳୟରେ ଯତ୍ନତାର ସହ ରଖାଯାଇଥିଲେ ମଧ୍ୟ ସନ୍ଧାନ ମିଳୁ ନାହିଁ । ତେଣୁ ଉକ୍ତ ପଥରକୁ ସନ୍ଧାନ କରି ତାହା ସ୍ମୃତି ଉଦ୍ଦେଶ୍ୟରେ ଗୋପାଳ କୃଷ୍ଣ ପାଠାଗାର ପରିସରରେ ସ୍ଥାପନ କରି ଲୋକାର୍ପିତ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।
ଜିଲ୍ଲାପାଳ ଶ୍ରୀପଣ୍ଡା ଉକ୍ତ ବିଷୟ ଅବଗତ ହେବା ସହ ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶିକ୍ଷକ ତ୍ରିପତି ପ୍ରସାଦ ପଣ୍ଡା , ସୁରେଶ ଦାସ , ଭାଗବତ ପାଢୀ ପ୍ରମୁଖ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post