ହାଟଡିହି,(ମକରଧ୍ବଜ ଯେନା)ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତର ଡିମିରିଆ ଠାରେ ଏ ଅଞ୍ଚଳର ସ୍ବାସ୍ତ୍ୟସେବା ସମସ୍ୟା କୁ ଏକ ହୋମିଓପ୍ୟାଥିକ୍ ଚିକିତ୍ସାଳୟ ଆଜିକୁ ପ୍ରାୟ ୨୫ ବର୍ଷ ପୂର୍ବେ ସ୍ଥାପନ କରାଯାଇଥିଲା। ଏହି ଅଞ୍ଚଳ ର ସାତଟି ପଞ୍ଚାୟତର ଅଧିବାସୀ ଏହ ଚିକିତ୍ସାଳୟ ଉପରେ ନିର୍ଭରକରନ୍ତି।ଏବେ ଏହି ଚିକିତ୍ସାଳୟ ର ଛାତ ଟି ବହୁତ ପୁରୁଣା ହୋଇ ଥିବାରୁ ବର୍ଷା ଦିନରେ ପାଣି ଗଳିବାରୁ ରୁମ୍ ରେ ଥିବା ଓୌଷଧ ଗୁଡିକ ପାଣିରେ ଭିଜି ନଷ୍ଟ ହୋଇଯାଊଛି।ତା ସହିତ ଝରକା ଗୁଡିକ ଭଗ୍ନ ଅବସ୍ଥା ସହିତ,ଚିକିତ୍ସାଳୟ ପାଚେରୀ ପାଣି ପାଇଖାନା ବିଦ୍ୟୁତ୍ ସଂଯୋଗ ନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗି ମାନେ ନାନାଦି ଅସୁବିଧାରେ ସମ୍ମୁଖିନ ହୋଉଛନ୍ତି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.