ଭଞ୍ଜନଗର : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଲାଲସିଂ ତାଲିମ କେନ୍ଦ୍ର ପରିସରରେ ବିଶ୍ବ ବନ ଦିବସ ପାଳିତ ହୋଇଛି। ବନଖଣ୍ଡ ଅଧିକାରୀ ଅଭୟ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲିପ୍ କୁମାର ରାଉତ,ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ଧୀରେଶ ଦାସ,କୃଷି ବିଶେଷଜ୍ଞ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଏସିଏଫ୍ ଶଙ୍କର୍ଷଣ ବେହେରା,ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ଏହାକୁ ଏସିଏଫ୍ ମାଦି ମୋତିଲାଲ୍ ସଂଯୋଜନା କରିଥିଲେ। ମାନବ ସମାଜ ବଞ୍ଚି ରହିବାକୁ ହେଲେ ପ୍ରକୃତି ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେବା ଜରୁରୀ ତେଣୁ ପ୍ରତିଟି ବ୍ୟକ୍ତି ନିଜ ଉଦ୍ୟମରେ ଚାରା ରୋପଣ କରି ତାର ଯତ୍ନ ନେବା ସହ ଉତ୍ତମ ପରିବେଶ ପାଇଁ ଜଙ୍ଗଲର ଘନତ୍ବ ବଢାବା ଆବଶ୍ୟକ ବୋଲି ଅତିଥି ମାନେ କହିଥିଲେ। ରାଜ୍ୟରେ ଜଙ୍ଗଲ ଘନତ୍ବ ବଢାଇବାରେ ଗଞ୍ଜାମ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ବିଗତ କୋଭିଡ ସମୟରେ ଅମ୍ଳଜାନର ଗୁରୁତ୍ବ ସଂର୍ପକରେ ସମସ୍ତେେ ଅବଗତ ହୋଇଥିବା ବେଳେ ନିଜର ସୁସ୍ଥ ଭବିଷ୍ୟତ ପାଇଁ ପ୍ରତିଟି କ୍ଷେତ୍ରରେ ବୃକ୍ଷରୋପଣକୁ ଅଗ୍ରାଧିକାର ଦେବା ଆବଶ୍ୟକ। ଏଥିରେ ବନଖଣ୍ଡର ଜଗନ୍ନାଥପ୍ରସାଦ,ଗାଲେରୀ,ତାରସିଂ,ମୁଜାଗଡ ଓ କେନ୍ଦ୍ରୀୟ ବନାଞ୍ଚଳ ଅଧୀନରେ ଥିବା ଭିଏସ୍ଏସ୍ ସଦସ୍ୟ ସଦସ୍ୟାଙ୍କ ସମେତ ସମସ୍ତ ବନପାଳ,ବନରକ୍ଷୀ ଓ ସ୍କ୍ବାଡ ଟିମ୍ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post