ସ୍ୱଭାବିକ ଠାରୁ ଅଧିକ ୨୩ ପ୍ରତିଶତ ବର୍ଷା ୭୦ ଭାଗ ଚାଷ ଜମିରେ ଧାନରୁଆ ବେଉଷଣା କାର୍ଯ୍ୟ ସରିଲାଣି

0

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ଅଗଷ୍ଟ ୭ ତାରିଖ ସୁଦ୍ଦା ସ୍ୱଭାବିକ ଠାରୁ ଅଧିକ ୨୩ ପ୍ରତିଶତ ବର୍ଷା ହୋଇଥିବା ଯୋଗୁଁ ଚାଷୀ କୁଳ ୭୦ ଭାଗ ଚାଷ ଜମିରେ ଧାନତଳି ଖୁଆ ବେଉଷଣା କାର୍ଯ୍ୟ ସରିଲାଣି । ମେ ମାସ ଶେଷ ଓ ଜୁନ ମାସ ପ୍ରାରମ୍ଭରେ ଗଜପତି ଜିଲ୍ଲାରେ ବର୍ଷାର ଆଗମନ ଦେଖି ଚାଷିକୁଳ ସେମାନଙ୍କ ଚାଷ ଜମିରେ ଟ୍ରାକ୍‍ଟର ଓ ହଳ ଲଙ୍ଗଳ ଦ୍ୱାରା ଚଷିବା  କାର୍ଯ୍ୟ ସମ୍ପନ୍ନ କରି ତଳି ବୁଣା ଆରମ୍ଭ କରି ଦେଇଥିଲେ । ଜୁଲାଇ ଓ ଅଗଷ୍ଟ ପ୍ରାରମ୍ଭରେ ଭଲ ବର୍ଷା  ଦେଖି ଚାଷିକୁଳ ବେଶ ଆନନ୍ଦରେ ଭଗବାନଙ୍କ ଉପରେ ଭରସା ରଖି ଧାନତଳି ରୋଇବାରେ ଲାଗିଛନ୍ତି ।

ଗଜପତି ଜିଲ୍ଲାର ୭ଗୋଟି ବ୍ଲକରେ ମୋଟ ୨୯ ହଜାର ୨୯୦ ହେକ୍‍ଟର ଚାଷ ଜମିରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଧାନଚାଷ ହେବା ଲକ୍ଷଧାର୍ଯ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୯ ହଜାର ୭୧୫ ହେକ୍‍ଟର ଅର୍ଥାତ ୭୦ ଭାଗ ଚାଷ ଜମିରେ ଧାନଚାଷ ରୁଆ ବେଉଷଣା କାର୍ଯ୍ୟ ସରିଲାଣି । ସେହିଭଳି ଜିଲ୍ଲାରେ ଆଜି ସୁଦ୍ଧା ସ୍ୱଭାବିକ ବର୍ଷା ପରିମାଣ ୬୬୦.୧୪ ମିଲିମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୯୫ ମିମି ବର୍ଷା ଅର୍ଥାତ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଭାରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଜଳ ସେଚନର ବିଶେଷ ସୁବିଧା ନଥିବା ଗଜପତି ଜିଲ୍ଲାର କାଶୀନଗର ଓ ଗୋଷାଣୀ ବ୍ଲକର ଚାଷୀମାନେ ମୁଖ୍ୟତଃ ବର୍ଷା ଦିନ ଉପରେ ହିଁ ସେମାନଙ୍କ କାର୍ଯ୍ୟ ନିର୍ଭର କରିଥାଏ । ଭଲ ବର୍ଷା ହେଲେ ଫସଲ ଭଲ ଅମଳ ହୋଇଥାଏ । ଏବଂ ଭଲ ବର୍ଷା ନ ହେଲେ  ଫସଲ ଉଜୁଡି ଯାଇଥାଏ । ବର୍ଷା ପ୍ରାରମ୍ଭରେ ବର୍ଷା ପରିମାଣ ଓ ପାଣିପାଗ ସୂଚନାକୁ ଦେଖି ଚାଷୀକୁଳ ପ୍ରତିବର୍ଷ ରଣବାଡି କରଜ କରି ଚାସ କରିଥାନ୍ତି । ଗତ ୩/୪  ବର୍ଷ ହେଲା ଜିଲ୍ଲାରେ ସେତେଟା ଭଲ ବର୍ଷା ହୋଇନଥିବା ଯୋଗୁଁ ଚାଷ କାର୍ଯ୍ୟରେ ଅମଳ ଭଲ ହୋଇନଥିଲା । ଯାହା ଫଳରେ ଚାଷୀ ଅଧିକ କ୍ଷତି ସହି ମୁଣ୍ଡରେ ହାତ ଦେଇ ବସିଥିଲେ ।କିନ୍ତୁ ଚଳିତ ବର୍ଷ ବେଶ ଭଲ ଟିକିଏ ବର୍ଷା ହୋଇଥିବା ଯୋଗୁଁ ଚାଷୀକୁଳ ବେଶ ଆନନ୍ଦରେ ରୁଆ ବେଉଷଣା କାର୍ଯ୍ୟ  ହୋଇଥିବା ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.