ପାରାଦୀପ ରୋଟାରୀ କ୍ଲବର ୧୮ତମ ପ୍ରତିଷ୍ଠା  ଦିବସ : ଆଶୁତୋଷ ହେଲେ ନୂତନ ସଭାପତି, ଦିପକ ସେକ୍ରେଟାରୀ 

0

09-08-18-Rotari-metting-pho.jpg - 39.51 kB

ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ରୋଟାରୀ କ୍ଲବର ୧୮ତମ ପ୍ରତିଷ୍ଠା  ଦିବସ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଗତ ବୁଧବାର ସଂନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ମୂଖ୍ୟଅତିଥି ରୂପେ ଯୋଗ ଦେଇ ପାରାଦୀପରେ ରୋଟାରୀ କ୍ଲବର କାର୍ଯ୍ୟକ୍ରମକୁ ବ୍ୟାପକ କରି ଅଧିକ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ୨୦୧୮-୧୯ବର୍ଷ ନିମନ୍ତେ ସର୍ବସମ୍ମତୀକ୍ରମ ରୋଟାରିଆନ୍ ଆଶୁତୋଷ ସ୍ୱାଇଁ ପାରାଦୀପ ରୋଟାରୀ କ୍ଲବର ସଭାପତି ଭାବେ ଓ ରୋଟାରୀଆନ୍  ଦିପକ ଷଢଙ୍ଗି ସେକ୍ରେଟାରୀ ଭାବେ ସନୋନୀତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ଅବସରପ୍ରାପ୍ତ ଉପସଚ୍ଚିବ ଏ.ସି.ସ୍ୱାଇଁଙ୍କ ଦ୍ୱାରା ରଚିତ ଭିଜା ମାଟିର ବାସ୍ନା ଉନ୍ମୋଚିତ ହୋଇଥିଲା । ବନ୍ଦରର ଇଞ୍ଜିନିୟର ତଥା ବିଶିଷ୍ଟ ପରିପେଶବିତ୍ ରୋଟାରିୟାନ ଅମରେଶ ନରେଶ ସାମନ୍ତଙ୍କୁ ତାଙ୍କ କୃତୀ ପାଇଁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ରୋଟାରିଆନ୍ ଡା. ସୁରେନ୍ଦ୍ର ମୋହନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଜ୍ୟୋସ୍ନା  ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପ ସମେତ ଯାରକା, କୁଜଙ୍ଗ ଓ ବହୁ ରୋଟାରୀ କ୍ଲବର ସଦସ୍ୟ ମାନେ ଯୋଗ ଦେଇଥିବାବେଳେ ପାରାଦୀପ ରୋଟାରୀ କ୍ଲବ ସଭ୍ୟ ଡା. ପି.କେ ମହାପାତ୍ର, ଇଂ କେ.ପି. ମିଶ୍ର, କ୍ୟାପେଟନ୍ ଅଲେଖ ସାହୁ, ଡା. କେ.ସି ମହାରଣା, ପି.କେ.ଆଚାର୍ଯ୍ୟ, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ । 

Leave A Reply

Your email address will not be published.